ଆମେ ଚନ୍ଦ୍ରରେ ପହଞ୍ଚିଛୁ କିନ୍ତୁ ପାକିସ୍ତାନ ଗଧ ପିଠିରେ ଜିନିଷ ପରିବହନ କରୁଛି: ଗିରିରାଜ ସିଂହ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଚନ୍ଦ୍ରଯାନ-୨କୁ ନେଇ ପାକିସ୍ତାନର ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଚୌଧୁରୀ ଫଓ୍ଵାଦ ହୁସେନଙ୍କ ଟିପ୍ପଣୀକୁ କଡ଼ା ଜବାବ ଦେଇଛନ୍ତି। ସିଂହ କହିଛନ୍ତି, ପାକିସ୍ତାନର ଅବସ୍ଥା ଖରାପସ୍ଥିତିରେ ପହଂଚିଛି ଓ ଭାରତର ସଫଳତା ଓ ବିଫଳତା ନେଇ ଚିନ୍ତା କରୁଛି। କେନ୍ଦ୍ରମନ୍ତ୍ରୀ ଗିରିରାଜ କହିଛନ୍ତି, ଉଭୟ ଦେଶ ଏକକାଳୀନ ସ୍ୱାଧୀନତା ହାସଲ କରିଥିଲେ। ତେଣୁ ସେମାନେ ଆମର ଚନ୍ଦ୍ରଯାନର ସଫଳତା ଓ ବିଫଳତା ନେଇ ଚିନ୍ତା ନ କରିବା ଦରକାର। ସେ କହିଛନ୍ତି, ଆମେ ଚନ୍ଦ୍ରରେ ପହଞ୍ଚିଥିବା ବେଳେ ପାକିସ୍ତାନ ଏବେ ବି ଗଧ ପିଠିରେ ଜିନିଷପତ୍ର ପରିବହନ କରୁଛି।

ଚନ୍ଦ୍ରଯାନର ଚନ୍ଦ୍ରପୃଷ୍ଠରେ ଅବତରଣ ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହିତ ସଂପର୍କ ଛିନ୍ନ ହେବା ପରେ ପାକିସ୍ତାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଚୌଧୁରୀ ଫଓ୍ଵାଦ ହୁସେନ ଟିପ୍ପଣୀ ଦେଇଥିଲେ। ସେ ଟୁଇଟ୍‌ କରିଥିଲେ ଯେ, ଯେଉଁ କାମ ଆସୁନାହିଁ, କରିବା ଠିକ ନୁହେଁ… ଭାରତକୁ ବିଦ୍ରୁପ କରି ସେ ଇଣ୍ଡିଆ ସ୍ଥାନରେ ଏଣ୍ଡିଆ ଲେଖିଥିଲେ। ସେ ଜଣେ ଭାରତୀୟ ୟୁଜର୍ସଙ୍କ ଟୁଇଟକୁ ମଧ୍ୟ ଟାର୍ଗେଟ କରିଥିଲେ। ଅଭୟ କଶ୍ୟପଙ୍କ ଟୁଇଟ୍‌କୁ ରିଟୁଇଟ୍‌ କରି ସେ ଲେଖିଥିଲେ, ଶୋଇଯାଅ ଭାଇ, ମୁନ୍‌ ବଦଳରେ ମୁମ୍ବାଇରେ ଅବତରଣ କଲା ଖେଳଣା।

 

ସମ୍ବନ୍ଧିତ ଖବର