ଫେସ୍‌ବୁକ୍‌ରେ ପ୍ରଫେସର୍‌ମାନଙ୍କୁ ଦେଶ ବିରୋଧୀ କହି କଲେଜରୁ ବହିଷ୍କୃତ ହେଲେ ଛାତ୍ରୀ

ଭୋପାଳ: ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ନିଜର ପ୍ରଫେସର୍‌ମାନଙ୍କୁ ଦେଶ ବିରୋଧୀ କହି ଥିବାରୁ ଭୋପାଳସ୍ଥିତ ମୋତିଲାଲ୍‌ ବିଜ୍ଞାନ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ବହିଷ୍କାର କରାଯାଇଛି।

କଲେଜ ଅଡିଟରିୟମ୍‌ରେ ବିପ୍ଳବୀ ଭଗତ ସିଂହଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଏକ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦେବାକୁ ଅଗ୍ରାହ୍ୟ କରି ଦେବାରୁ ମୋତିଲାଲ ବିଜ୍ଞାନ ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଉପରୁ ରାଗି ଯାଇ ଛାତ୍ରୀଜଣକ ନିଜର ଫେସ୍‌ବୁକ୍‌ରେ ଏ କଥା ଉଲ୍ଲେଖ କରିଥିଲେ।
ଭଗତ ସିଂହ କ୍ରାନ୍ତି ଦଳର ସଦସ୍ୟା ତଥା ଯୁକ୍ତ ତିନି ଦ୍ୱିତୀୟ ବାର୍ଷିକୀ ଛାତ୍ରୀ ଅସମା ଖାଁଙ୍କୁ ତାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟ୍‍ ସକାଶ ପ୍ରତିଷ୍ଠାନରୁ ବହିଷ୍କାର କରାଯାଇଛି।

କଲେଜ ଅଧ୍ୟକ୍ଷ ନିରଜ ଅଗ୍ନିହୋତ୍ରୀ କହନ୍ତି: ଦୁଇ ଦଳ- ଭଗତ ସିଂହ କ୍ରାନ୍ତି ଦଳ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ୍‌ ମାର୍ଚ ୨୩ ତାରିଖରେ ପଡୁଥିବା ଭଗତ ସିଂହଙ୍କ ମୃତ୍ୟୁ ବାର୍ଷିକୀ ପାଳନ ପାଇଁ ଅଲଗା ଅଲଗା ଅନୁମତି ଲୋଡ଼ି ଥିଲେ। ଉଭୟଙ୍କୁ ଅନୁମତି ଦେବା ପାଇଁ ଅଗ୍ରାହ୍ୟ କରାଯିବା ପରେ, ଭଗତ ସିଂହ କ୍ରାନ୍ତି ଦଳର ଅସମା ଖାଁ ଶିକ୍ଷକ ଏବଂ ପ୍ରଧ୍ୟାପକମାନଙ୍କୁ ଏକ ଫେସ୍‌ବୁକ୍‌ ପୋଷ୍ଟ୍‍ରେ ଦେଶ ବିରୋଧୀ ବୋଲି କହିଥିଲେ।

କଲେଜର କର୍ମଚାରୀ ପରିଷଦ୍‌ ଖାଁ’ଙ୍କୁ ବର୍ଷେ ପାଇଁ କଲେଜରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ।

ଅଧ୍ୟକ୍ଷ ଅଗ୍ନିହୋତ୍ରୀ କହିଛନ୍ତି: ସେ ପୋଷ୍ଟ୍‍କୁ ପ୍ରତ୍ୟାହାର କରି ନେଉ କି, ଦେଇଥିବା ମନ୍ତବ୍ୟ ସଂକ୍ରାନ୍ତରେ କ୍ଷମା ଯାଚନା କରୁ। ଏହା ଗ୍ରହଣୀୟ ନୁହେଁ। କଲେଜ ଦେଶ ବିରୋଧୀ କାର୍ଯ୍ୟକଳାପର ପୃଷ୍ଠପୋଷକତା କରୁଛି ବୋଲି ମଧ୍ୟ ସେ କହିଛନ୍ତି।

ସେ କ୍ଷମା ଯାଚନା କରିବା ପରିବର୍ତ୍ତେ ଜଣେ ଓକିଲ ଏବଂ ସମର୍ଥକଙ୍କୁ ଆଣି କଲେଜ ମ୍ୟାନେଜ୍‌ମେଣ୍ଟ୍‌ ଉପରେ ଚାପ ପକାଉଛି। ଛାତ୍ରୀଙ୍କ ପୋଷ୍ଟ୍‍ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଆମେ ଏ ଭଳି କାର୍ଯ୍ୟକ୍ରମକୁ ଆମେ ବିରୋଧ କରୁ ନାହୁଁ, କିନ୍ତୁ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ତାଲିମ ଶିବିର ପାଇଁ ମାର୍ଚ ୨୦ ଯାଏଁ ଅଡିଟୋରିୟମ୍‌ ବୁକ୍‌ ସରିଥିଲା। ତା’ଛଡ଼ା ଉକ୍ତ ତାଲିମ କାର୍ଯ୍ୟକ୍ରମ ବଢ଼ା ଯିବାର ସମ୍ଭାବନା ମଧ୍ୟ ଥିଲା।

ତେଣୁ ଦୁଇ ଦଳ ତାଙ୍କର କାର୍ଯ୍ୟକ୍ରମ କଲେଜ ପରିସର ମଧ୍ୟରେ ଅନ୍ୟତ୍ର କରି ପାରି ଥାଆନ୍ତେ।

କଲେଜ କର୍ତ୍ତୃପକ୍ଷଙ୍କର ଏ ଭଳି ନିଷ୍ପତ୍ତିରେ ଆଚମ୍ବିତା ଖାଁ କହିଛନ୍ତି: କାରଣ ଦର୍ଶାଅ ନୋଟିସ କିଂବା ନିର୍ଦ୍ଧାରିତ ପଦ୍ଧତି ଅବଲମ୍ବନ କରି ଜଲେଜ କର୍ତ୍ତୃପକ୍ଷ ମତେ ବର୍ଷକ ପାଇଁ ରଷ୍ଟିକେଟ୍‌ କରିବା ଆଚମ୍ବିତ କଥା। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ୍‌ ଚାପରେ ମୋ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି।

ମାର୍ଚ ୧୯ ତାରିଖ ଦିନ ଅପ୍‌ଲୋଡ୍‌ ହୋଇଥିବା ସେ ପୋଷ୍ଟ୍‍ ତୁରନ୍ତ ଡିଲିଟ୍‌ କରାଯାଇଥିଲା ବୋଲି ସେ କହିଛନ୍ତି। ସେଥିରେ କାହାରି ନାଁ ମଧ୍ୟ ଉଲ୍ଲେଖ କରାଯାଇ ନ ଥିଲା।

ସମ୍ବନ୍ଧିତ ଖବର