ଡେଟିଂ ସାଇଟ୍‌ରେ ଦେଖା ହେବା ପରେ ଯୁବକ ବିବାହ ପାଇଁ ମନା କରିବାରୁ ୧.୬ ଲକ୍ଷ ମେସେଜ ପଠାଇଲେ ଯୁବତୀ, ମେସେଜରେ ଲେଖିଥିଲେ ଏଭଳି କଥା

ନୂଆଦିଲ୍ଲୀ : ଏକ ଡେଟିଂ ସାଇଟ୍‌ରେ ଭେଟହେବା ପରେ କଥାବାର୍ତ୍ତା ଏବଂ ତା’ପରେ ପ୍ରେମ। ତେବେ ଶେଷରେ ପ୍ରେମିକ ଯୁବତୀଙ୍କୁ ଆପଣାଇବାକୁ ମନା କରି ଦେଇଥିଲେ । ବିବାହ କଥା ଉଠିବା ପରେ ଯୁବକ ବିବାହ କରିବେ ନାହିଁ ବୋଲି କହି ଚାଲିଯିବା ପରେ ଯୁବତୀ ତାଙ୍କୁ ୧ଲକ୍ଷ ୬୦ହଜାର ମେସେଜ ପଠାଇଥିଲେ । ଏବେ ଯୁବତୀଜଣଙ୍କ ପୁଲିସ ହେପାଜତରେ ଥିବା ଜଣାପଡ଼ିଛି । ମାମଲାଟି ଫ୍ଲୋରିଡ଼ାରେ ଘଟିଥିବା ବେଳେ ଯୁବତୀଙ୍କ ନାମ ଜାକ୍‌ଲିନ୍‌ ଏଡିସ୍‌ । ଏକ ସ୍କିନ୍‌କେୟାର କମ୍ପାନିର ମୁଖ୍ୟଙ୍କୁ ତାଙ୍କ କିଡ଼୍‍ନି ଏବଂ ହାଡ଼କୁ ନେଇ ନୂଆ ଖାଦ୍ୟ ତିଆରି କରିବେ ବୋଲ ଏଡିସ୍‌ ଧମକ ଦେଇଥିଲେ ।

CHIPTS – UCLA.edu

ସୂଚନା ମୁତାବକ, ଏଡିସ୍‌ ଏବଂ ସ୍କିନ୍‌କେୟାରେ କମ୍ପାନିର ମୁଖ୍ୟଙ୍କ ଦେଖା ଲୁକ୍ସି ନାମକ ଡେଟିଂ ସାଇଟ୍‌ ଜରିଆରେ ହୋଇଥିଲା । ଦୁହେଁ କେବଳ ଥରୁଟିଏ ପରସ୍ପର ସହ ଦେଖା କରିଥିଲେ । ଏହା ପରେ ଏଡିସ୍‌ ପୀଡ଼ିତଙ୍କୁ ବିବାହ କରିବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । କିନ୍ତୁ ପୀଡ଼ିତ ଏପରି ଚାହୁଁ ନ ଥିବା ଜାଣି ଏଡିସ୍‌ ତାଙ୍କୁ ବାରମ୍ବାର ମେସେଜ୍‌ ପଠାଇବା ଆରମ୍ଭ କରିଥିଲେ । ମୁଁ ତୁମ ରକ୍ତରେ ଗାଧୋଇବା ପାଇଁ ଚାହେଁ । ତୁମ ଚର୍ମକୁ କାଟି ମୁଁ ହାତ ଏବଂ ଗୋଡ଼ରେ ପିନ୍ଧିବାକୁ ଚାହେଁ ଭଳି ମେସେଜ୍‌ ଏଡିସ୍‌ ପଠାଇବା ଆରମ୍ଭ କରିଥିଲେ । ଏତେ ସବୁ କରିବା ପରେ ପୀଡ଼ିତ କୌଣସି ପ୍ରତିକ୍ରିୟା ନ ରଖିବାରୁ ସେ ରାଗରେ ପୀଡ଼ିତଙ୍କ କମ୍ପାନିକୁ ଯାଇ ହଙ୍ଗାମା କରିଥିଲେ । ଏହି ସମୟରେ ପୁଲିସକୁ ଖବର ଦିଆଯିବାରୁ ପୁଲିସ ଆସି ଏଡିସ୍‌ଙ୍କୁ ଗିରଫ କରିଥିଲା । ଏବେ ସେ ଜେଲ୍‌ରେ ବନ୍ଦୀ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର