ବିଜେପିକୁ ଏକଛତ୍ରବାଦୀ ସରକାର କହି ଛାତ୍ରୀ ଗିରଫ :ଜାମିନରେ ମୁକୁଳିଲେ

ଚେନ୍ନାଇ: କାନାଡାର ଜଣେ ରିସର୍ଚ୍ଚ ସ୍କଲାର ତଥା ୨୮ ବର୍ଷୀୟା ଛାତ୍ରୀ ଲୁଇସ ସୋଫିଆ ବିଜେପିକୁ ଏକଛତ୍ରବାଦୀ ସରକାର କହି ତୁତିକୋରିନ୍‌ ବିମାନ ବନ୍ଦରରେ ଗିରଫ ହୋଇଛନ୍ତି। ଅବଶ୍ୟ ପରେ ସେ ଜାମିନ୍‌ରେ ମୁକୁଳିଛନ୍ତି। ସୂଚନାନୁଯାୟୀ, ତାମିଲନାଡ଼ୁ ବିଜେପି ଅଧ୍ୟକ୍ଷ ତାମିଲିସାଇ ସୌନ୍ଦରରାଜନ୍‌ ଏବଂ ଲୁଇସ୍‌ ସୋଫିଆ ଗୋଟିଏ ବିମାନରେ ତୁତିକୋରିନ୍‌ ଆସୁଥିଲେ। ତେବେ ବିଜେପି ମୁଖ୍ୟଙ୍କ ଉପସ୍ଥିତିରେ ସୋଫିଆ ବିମାନ ମଧ୍ୟରେ ବିଜେପି-ଆରଏସଏସ୍‌ ଏବଂ ମୋଦୀ ସରକାରକୁ ଏକଛତ୍ରବାଦୀ ସରକାର କହି ସ୍ଲୋଗାନ୍‌ ଦେଇଥିଲେ। ଏନେଇ ବିମାନରେ ଥିବା ବିଜେପି ମୁଖ୍ୟ ସୋଫିଆଙ୍କ ବିରୋଧରେ ଅଭିଯୋଗ କରିଥିଲେ। ବିଜେପି ମୁଖ୍ୟ ଅଭିଯୋଗ କରିଛନ୍ତି ଯେ ସେ ଜଣେ ସାଧାରଣ ଯାତ୍ରୀ ନୁହନ୍ତି। ତାଙ୍କ ପଛରେ କୌଣସି ଉଗ୍ରପନ୍ଥୀ ଗୋଷ୍ଠୀର ସମର୍ଥନ ରହିଛି। ସୋଫିଆ ତୁତିକୋରିନ୍‌ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜାମିନ ମିଳିଥିଲା।

ସମ୍ବନ୍ଧିତ ଖବର