ଶିକ୍ଷକ ଗାଳି ଦେବାରୁ ସ୍କୁଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

କୋଚି : ଶିକ୍ଷକଙ୍କ ଗାଳି ସହି ନପାରି କେରଳର ଜଣେ ଛାତ୍ରୀ ସ୍କୁଲ୍‌ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କେରଳର କୋଲ୍ଲମ୍‌ ଜିଲ୍ଲା ଅନ୍ତର୍ଗତ ଟ୍ରିନିଟି ଲେସିମ୍‌ ସ୍କୁଲ୍‌ର ଦଶମ ଶ୍ରେଣୀ ଛାତ୍ରୀ ଗୌରୀ(୧୫) ଶ୍ରେଣୀଗୃହରେ ଅନ୍ୟ ଜଣେ ବିଦ୍ୟାର୍ଥୀଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାକୁ କେନ୍ଦ୍ର କରି ଦୁଇଜଣ ଶିକ୍ଷକ ଗୌରୀଙ୍କୁ ଖୁବ୍‌ ଗାଳି କରିଥିଲେ। ତେବେ ଶିକ୍ଷକଙ୍କ ତୀବ୍ର ଭର୍ତ୍ସନା ସହିନପାରି ଗୌରୀ ସେହି ସ୍କୁଲ୍‌ ଛାତରୁ ଡେଇଁପଡ଼ିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଥିରୁବନନ୍ତପୁରମ୍‌ର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଅପରପକ୍ଷେ, ତାଙ୍କ ଝିଅ ଶିକ୍ଷକମାନଙ୍କ ଦ୍ୱାରା ମାନସିକ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିଛି ବୋଲି ଗୌରୀଙ୍କ ବାପା ଏକ ମାମଲା ରୁଜୁ କରିଛନ୍ତି।

ସମ୍ବନ୍ଧିତ ଖବର