କର୍କଟ ରୋଗୀମାନଙ୍କୁ ସହାୟତା ଦେବାକୁ କେରଳର ୮୦ଜଣ ଛାତ୍ରୀ ନିଜ ନିଜର କେଶ ଦାନ କଲେ
କୋଏମ୍ବାଟୁର୍: ତାମିଲ୍ନାଡୁର କେଏମ୍ବାଟୁର୍ର ଏକ ବେସରକାରୀ କଲେଜ୍ର ଛାତ୍ରୀମାନେ ଏକ ମହାନ କାମ କରିଛନ୍ତି। କର୍କଟ ରୋଗରେ ଆକ୍ରାନ୍ତ ହୋଇ କେମୋ ଚିକିତ୍ସା ନେଉଥିବା ରୋଗୀମାନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ କଳେଜ୍ର ୮୦ ଜଣ ଛାତ୍ରୀ ନିଜର କେଶ ଦାନ କରିଛନ୍ତି। ଛାତ୍ରୀମାନେ ଦାନ କରିଥିବା ଏହି କେଶ ଏବେ କର୍କଟ ରୋଗୀମାନଙ୍କ ପାଇଁ ୱିଗ୍ ତିଆରି ହେବାରେ ବ୍ୟବହୃତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମ ସଂସ୍ଥା ଏଏନ୍ଆଇକୁ ସୂଚନା ଦେଇ କେଶ ଦାନ କରିଥିବା ଛାତ୍ରୀମାନେ କହିଛନ୍ତି କି ‘ଆମମୋନେ କର୍କଟ ରୋଗୀମାନଙ୍କୁ ଆର୍ଥିକ ସ୍ତରରେ ତ ସମର୍ଥନ ଦେଇ ପାରୁନାହୁଁ। ମାତ୍ର ସେମାନଙ୍କ ମୁହଁରେ ହସି ଟିକେ ଦେଖିବା ପାଇଁ ଆମେ ନିଜେ ନିଜର କେଶ ଦେବାର ନିଷ୍ପତ୍ତି ନେଲୁ।’
ସେମାନଙ୍କ ମଧ୍ୟରୁ ବିନୋଥିନି ନାମକ ଜଣେ ଛାତ୍ରୀ କହିଛନ୍ତି, ‘କର୍କଟରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କ ଉଦେଶ୍ୟରେ ମୁଁ ଏଠାକୁ ମୋ କେଶ ଦାନ କରିବାକୁ ଆସିଛି। ମୁଁ କର୍କଟ ଆକ୍ରାନ୍ତମାନଙ୍କୁ ଆର୍ଥିକ ସ୍ତରରେ ସମର୍ଥନ ଦେଇପାରିବି ନାହିଁ ବୋଲି ଚିନ୍ତା କରିବା ପରେ ଏପରି ଭାବନା ମୋ ମନକୁ ଆସିଲା।’
କେଶ ସର୍ବନିମ୍ନ ୮ ଇଞ୍ଚ୍ ଲେଖାଏ ଦାନ କରାଯାଉଛି। ବିନୋଥିନି କହିଛନ୍ତି କି ସେ ଏହାଠାରୁ ଅଧିକ ଦେଇଛନ୍ତି। ଆହୁରି ବି ଅନେକ କେଶ ଦାନ କରିବାକୁ ଆସୁଛନ୍ତି। ପ୍ରାୟ ୨୦୦ ଜଣେ କେଶ ଦାନ କରିବେ ବୋଲି ଆଶା ରହିଥିବା ସେ କହିଛନ୍ତି।