ପୁଲିସ ବାବୁଙ୍କ ଦାଦାଗିରି: ଦୁଇ ଛାତ୍ରୀଙ୍କୁ ରାସ୍ତା ଉପରେ କେଶ ଘୋଷାଡି ବେତରେ ପିଟିଲେ, ଭିଡିଓ ଦେଖନ୍ତୁ

ଲକ୍ଷ୍ମୌ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଆଲହାବାଦରେ କଳାପତକା ଦେଖାଇ ବିରୋଧ ପ୍ରଦର୍ଶକ କରୁଥିବା ଦୁଇଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି। ଗିରଫ ଦୁଇଜଣ ଛାତ୍ରୀ ଆଲହାବାଦ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶୁକ୍ରବାର ଅମିତ ଶାହା ଆଲହାବାଦଗସ୍ତରେ ଥିଲେ। ଏହି ସମୟରେ ଦୁଇଜଣ ଛାତ୍ରୀ ଓ ଜଣେ ଛାତ୍ର ତାଙ୍କ ଗାଡ଼ି ସାମ୍ନାକୁ ଆସି କଳାପତକା ପ୍ରଦର୍ଶନ କରି ବିରୋଧ କରିଥିଲେ। ସେଠାରେ ଥିବା ପୁଲିସକର୍ମୀ ତିନିଜଣଙ୍କୁ ଧରି ନେଇଥିଲା। ଏହି ଘଟଣାର ଏକ ଭଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଉତ୍ତରପ୍ରଦେଶ ପୁଲିସ ଦୁଇଜଣ ଛାତ୍ରୀଙ୍କୁ ରାସ୍ତା ଉପରେ କେଶ ଘୋଷାଡି ଅତି ନିର୍ମମ ଭାବେ ବେତ ବାଡିରେ ମାଡ ମାରୁଛି।

ପୁଲିସ ଗିରଫ କରିଥିବା ଦୁଇଜଣ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ବୟସ ୨୫ବର୍ଷ ଥିବା ବେଳେ ଅନ୍ୟ ଜଣଙ୍କ ୨୪ବର୍ଷ ରହିଛି। ଦୁଇଜଣ ଛାତ୍ରୀ ଓ ଜଣେ ଛାତ୍ରୀଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।

ଏହି ଘଟଣାକୁ ନେଇ ସପା ନେତା ରିଚା ସିଂହ କହନ୍ତି, ଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବେ କଳା ପତକା ଦେଖାଇ ବିରୋଧ ପ୍ରଦର୍ଶନ କରୁଥିଲେ। କିନ୍ତୁ ପୁଲିସ ତାଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିଲା। ସେଠାରେ କୌଣସି ମହିଳା ପୁଲିସକର୍ମୀ ବି ଉପସ୍ଥଇତ ନଥିଲେ। ନିୟମ ଉଲଂଘନ୍ନ କରାଯାଇଛି। ପୁରୁଷ ପୁଲିସକର୍ମୀ ଛାତ୍ରୀଙ୍କ ସହିତ ଯେଭଳି ସ୍ୱଭାବ ଦେଖାଇଛନ୍ତି ତାହା ଆଦୌ ଠିକ୍‌ ହୋଇନାହିଁ।

ସମ୍ବନ୍ଧିତ ଖବର