ଝିଅମାନେ ବିୟର୍‌ ପିଉଥିବାରୁ ଗୋଆ ମୁଖ୍ୟମନ୍ତ୍ରୀ ଚିନ୍ତିତ

ପଣଜୀ: ଶୁକ୍ରବାର ଦିନ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର କହିଛନ୍ତି ଯେ ରାଜ୍ୟର କଲେଜମାନଙ୍କରେ ଉପୁଜିଥିବା ନିଶା ଔଷଧ ସମସ୍ୟା ଯେତେ ବଡ଼ ବୋଲି କୁହାଯାଉଛି, ବାସ୍ତବିକ ତାହା ସେତେ ବଡ଼ ନୁହେଁ। କିନ୍ତୁ ଝିଅମାନେ ବିୟର୍‌ ପିଉଥିବା ନିଶ୍ଚୟ ଚିନ୍ତାର କାରଣ। ଅବଶ୍ୟ ସବୁ ଝିଅ ବିୟର୍‌ ପିଉ ନାହାନ୍ତି। କିନ୍ତୁ, କଥା ସହନଶୀଳତାର ସୀମା ଟପି ଗଲାଣି।

ପଣଜୀର ପୋରବୋରିମ୍‌ ଅନ୍ତର୍ଗତ ଗୋମନ୍ତକ ମରାଠା ସମାଜ ହଲ୍‌ରେ ବିଧାନସଭା ସଚିବାଳୟ ଦ୍ୱାରା ଆୟୋଜିତ ରାଜ୍ୟ ଯୁବ ସାଂସଦରେ ଉଦ୍‌ବୋଧନ ଦେଇ ଶୁକ୍ରବାର ଦିନ ପାରିକର କହିଲେ: ନିଶା ଔଷଧ ଅପବ୍ୟବହାର ଆଜିର ଘଟଣା ନୁହେଁ। ସେ ଆଇଆଇଟିରେ ପଢୁଥିବା

ସମୟରେ ମଧ୍ୟ ଦଳେ ଛାତ୍ର ଗଞ୍ଜାଇ ଟାଣୁଥିଲେ। କିନ୍ତୁ, ତାହା ଏତେ ବ୍ୟାପୀ ନ ଥିଲା। କିନ୍ତୁ, ଡ୍ରଗ୍‌ ସିଣ୍ଡିକେଟ୍‌ ପାଇଁ ଆମେ ଏବେ ନିଶ୍ଚିୟ ଚିନ୍ତିତ।

୨୦୧୭ ମସିହା ଅଗଷ୍ଟ ୧୩ ତାରିଖ ଦିନ ମୁଁ ନିର୍ଦେଶ ଦେଇଥିଲି ଏବଂ ସେବେଠାରୁ ୧୭୦ ଜଣ ବୁଲା ନିଶା ଔଷଧ ବିକାଳିଙ୍କୁ ଗିରଫ କରାଯାଇଛି। ଅଳ୍ପ ପରିମାଣର ନିଶା ଔଷଧ ବିକ୍ରୟକାରୀଙ୍କୁ ଅଦାଲତ ଦୁଇ ସପ୍ତାହ ମଧ୍ୟରେ ଛାଡ଼ି ଦେଇଥିଲେ। ଅଦାଲତ ମଧ୍ୟ ଖୁବ୍‌ ଦୟାଶୀଳ ହୋଇ ଗଲେଣି।

ସମ୍ବନ୍ଧିତ ଖବର