ଆବର୍ଜନା ଦେଇ ଛତିଶଗଡ଼ର ‘ଗାର୍ବେଜ୍‌ କାଫେ’ରୁ ଖାଆନ୍ତୁ ବ୍ରେକ୍‌ଫାଷ୍ଟ ଓ ଲଞ୍ଚ୍‌

ରାୟପୁର: ପରିବେଶକୁ ପ୍ଲାଷ୍ଟିକ୍‌ ଆବର୍ଜନା ମୁକ୍ତ କରିବାକୁ ଛତିଶଗଡ଼ର ଅମ୍ବିକାପୁର ମ୍ୟୁନିସିପାଲ୍‌ କର୍ପୋରେସନ୍‌ ଅଭିନବ ଉପାୟ କରିଛି।

ଯେଉଁମାନେ ପ୍ଲାଷ୍ଟିକ୍‌ ଆବର୍ଜନା ଦାଖଲ କରିବେ ସେମାନଙ୍କୁ ମାଗଣାରେ ଖୁଆଇବା ପାଇଁ ଏଏମ୍‌ସି ‘ଗାର୍ବେଜ୍‌ କାଫେ’ ଖୋଲିଛନ୍ତି। ମେୟର୍‌ ଅଜୟ ତିର୍କୀ କହିଛନ୍ତି: ଆମକୁ ଯେଉଁମାନେ ୧ କେଜି ପ୍ଲାଷ୍ଟିକ୍‌ ଦେବେ ଆମେ ତାଙ୍କୁ ମାଗଣାରେ ଖାଦ୍ୟ ଦେବୁ। ଏହା ସହରକୁ ପରିଷ୍କାର ରଖିବାରେ ସହାୟକ ହେବ।

Image Source: News 18

ଜରି ଗୋଟାଳି ଓ ବାସହୀନମାନେ ୧ କିଲୋ ଆବର୍ଜନା ଦେଇ ମଧ୍ୟାହ୍ନ ଭୋଜନ ଏବଂ ଅଧ କିଲୋ ଆବର୍ଜନା ଦେଇ ସକାଳ ଜଳଖିଆ ଖାଇ ପାରିବେ। କାଫେ ଲାଗି କର୍ତ୍ତୃପକ୍ଷମାନେ ୫୫୦, ୦୦୦ ବ୍ୟୟ ଅଟକଳ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ମ୍ୟୁନିସିପାଲିଟି ଏହି ଗରିବ ଲୋକଙ୍କୁ ଆଶ୍ରୟ ଯୋଗାଇ ଦେବାକୁ ଯୋଜନା କରୁଛି।

ଏହି ଯୋଜନା ସ୍ୱଚ୍ଛ ଭାରତ ଅଭିଯାନର ଅଂଶ ବିଶେଷ ଏବଂ ସଂଗୃହୀତ ପ୍ଲାଷ୍ଟିକ୍‌ ଆବର୍ଜନା ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯିବ।

ସମ୍ବନ୍ଧିତ ଖବର