ସମୁଦ୍ର ପଥରେ ଆତଙ୍କବାଦୀ ଭାରତରେ ପହଞ୍ଚୁଥିବାରୁ ଗୋଆରେ ସତର୍କ ସୂଚନା ଜାରି

ପଣଜୀ: ଏକ ମାଛମରା ଟ୍ରଲର୍‌ରେ ଆତଙ୍କବାଦୀମାନେ ପହଞ୍ଚୁଥିବା କଥା ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଆଜି ଗୋଆ ସମୁଦ୍ରରେ ଥିବା ସମସ୍ତ ଭେସେଲ୍‌ ଏବଂ କ୍ୟାସିନୋ ପ୍ରତି ସତର୍କ ସୂଚନା ଜାରି କରାଯାଇଛି।

ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଜୟେଶ ସାଲ୍‌ଗାଓଁକାର କହିଛନ୍ତି ଯେ ତାଙ୍କ ବିଭାଗ ସମସ୍ତ କ୍ୟାସିନୋ, ଓ୍ଵାଟର୍‌ସ୍ପୋର୍ଟସ୍‌ ଅପରେଟର୍‌ ଏବଂ ବାର୍ଜ ସବୁ ପ୍ରତି ସତର୍କ ସୂଚନା ଜାରି କରିଛି। ପଶ୍ଚିମ ତଟରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ହେବା କଥା ଗୁଇନ୍ଦା ରିପୋର୍ଟ ପାଇ ଭାରତୀୟ ତଟ ରକ୍ଷୀଙ୍କ ଠାରୁ ସୂଚନା ମିଳିବା ପରେ ଏ ଭଳି ପଦକ୍ଷେପ ନିଆଯାଇଛି।

ସାଲ୍‌ଗାଓଁକାର୍‌ କହିଛନ୍ତି: ସତର୍କ ସୂଚନା କେବଳ ଗୋଆ ପାଇଁ ନୁହେଁ। ଏହା ମୁମ୍ବାଇ ଓ ଗୁଜୁରାଟ ପାଇଁ ମଧ୍ୟ ପ୍ରଯୁଜ୍ୟ। କିନ୍ତୁ ଆମେ ସମସ୍ତ ଭେସେଲ୍‌ ଏବଂ ସମ୍ପୃକ୍ତ ଏଜେନ୍‌ସିମାନଙ୍କୁ ସୂଚନା ଦେଇ ଦେଇଛୁ।

ସେ ଆହୁରି କହିଛନ୍ତି: ପାକିସ୍ତାନ ଦ୍ୱାରା ଜବତ ହୋଇଥିବା ଏକ ମାଛମରା ଟ୍ରଲର୍‌କୁ ଛାଡ଼ି ଦିଆ ଯାଇଛି। ସେଥିରେ ଆତଙ୍କବାଦୀମାନେ ଆସୁଥାଇ ପାରନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି।

ସମ୍ବନ୍ଧିତ ଖବର