ଗୋଏୟାର ଆଣିଲା ଛୁଟି ଅଫର, ମାତ୍ର ୯୯୯ଟଙ୍କାରେ କରନ୍ତୁ ଯାତ୍ରା

ନୂଆଦିଲ୍ଲୀ :  ଘରୋଇ ବିମାନ ପରିବହନ ସଂସ୍ଥା ଗୋଏୟାର ଆରମ୍ଭ କରିଛି  ଫ୍ଲାଏ ସ୍ମାର୍ଟ, ସେଭ୍‌ ବିଗ୍‌ ସ୍କିମ୍‌।  ଏହା ଦ୍ୱାରା ମାତ୍ର ୯୯୯ଟଙ୍କାରେ ଆପଣ ବିମାନ  ଯାତ୍ରା କରି ପାରିବେ । ଆଜି ଏହି ଅଫରର ଘୋଷଣା ଗୋଏୟାର ତରଫରୁ କରାଯାଇଥିବା ବେଳେ ଉଡ଼ାଣ ଦର ଉପରେ ରିହାତି ରଖାଯାଇଥିବା କୁହାଯାଇଛି ।

ଏହି ଅଫରରେ ବାଗ୍‌ଡ଼ୋଗରାକୁ  ଯାଉଥିବା ଏବଂ ସେଠାରୁ ଆସୁଥିବା ବିମାନର ଟିକେଟ ଦର ସବୁଠାରୁ କମ ଥିବା ଜଣାପଡ଼ିଛି । ମାତ୍ର ୯୯୯ଟି ଟଙ୍କାରେ ଯାତ୍ରୀମାନେ  ବାଗ୍‌ଡ଼ୋଗରାକୁ ଯାଇପାରିବା ସହ ସେଠାରୁ ଆସି ପାରିବେ।

ଏଥି ସହ ଅନ୍ୟ କେତେକ ସ୍ଥାନକୁ ମଧ୍ୟ ଏହି ଯୋଜନାରେ ବିମାନ ଭଡା ଶସ୍ତା ରହିଛି।  ଜମ୍ମୁ(୧,୧୯୯), କୋଲକାତା(୧,୨୯୯),ବେଙ୍ଗାଲୁରୁ(୧,୩୯୯),ଚେନ୍ନାଇ,ଗୋହ୍ଵାଟି ଏବଂ ହାଇଦ୍ରାବାଦ୍‌(୧,୪୯୯),ପାଟ୍‌ନା ଏବଂ ପୁଣେ(୧,୫୯୯) ଏବଂ କୋଚି(୧,୭୯୯)କୁ ଯିବା-ଆସିବା  ପାଇଁ ଟିକେଟ ଦର ଶସ୍ତା ରହିଥିବା ସୂଚନା ମିଳିଛି।

ଏହି ଅଫରରେ ଟିକେଟ କରିବା ଲାଗି କେବଳ ଦିନ ଟିଏ ହାତରେ ରହିଛି। ଅଫର୍‌  ଡ଼ିସେମ୍ବର ୩ରୁ  ୪ ପର୍ଯ୍ୟନ୍ତ ରଖାଯାଇଥିବା ଜଣାପଡ଼ିଛି । ଏହି ତାରିଖରେ ବୁକ୍‌ କରଯାଇଥିବା ଟିକେଟରେ ଯାତ୍ରୀ ଚଳିତ ଡ଼ିସେମ୍ବର ୧୯ରୁ  ଜାନୁଆରି ୪,୨୦୧୯ ଭିତରେ ଯାତ୍ରା କରି ପାରିବେ ।

ସମ୍ବନ୍ଧିତ ଖବର