ମଝି ଆକାଶରେ ଇଞ୍ଜିନ୍‌ରେ କମ୍ପନ ହେବାରୁ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଗୋଏୟାର ବିମାନ

ମୁମ୍ବାଇ : ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଗୋଏୟାର ବିମାନ ଜି ୮୩୧୯ ଉଡ଼ାଣ ଭରିବାର କିଛି ସମୟ ପରେ ପୁଣି ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଥିବା ଜଣା ପଡ଼ିଛି । ଉଡ଼ାଣ ଭରି କିଛି ବାଟ ଯିବା ପରେ ମଝି ଆକାଶରେ ବିମାନର ଇଞ୍ଜିନରେ କମ୍ପନ ଆରମ୍ଭ ହୋଇ ଯାଇଥିଲା । ଯାହା ପରେ ପାଇଲଟ ବାଧ୍ୟ ହୋଇ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲେ । ବିମାନରେ ୧୬୦ଜଣ ଯାତ୍ରୀଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣା ପଡ଼ିଛି । ଅବତରଣ ପରେ ଏବେ ଇଞ୍ଜିନର ଯାଞ୍ଚ ଆରମ୍ଭ କରାଯାଇଛି ।

Free Press Journal

ସୂଚନା ମୁତାବକ,ଗୁରୁବାର ଗୋଏୟାର ବିମାନ ଉଡ଼ାଣ ଭରିବା ପରେ ପାଇଲଟ ଇଞ୍ଜିନରେ କମ୍ପନ ହେଉଥିବା କଥା ଜାଣିବାକୁ ପାଇଥିଲେ । ପରେ ଯାତ୍ରୀମାନଙ୍କ ଜୀବନକୁ ସଙ୍କଟରେ ନ ପକାଇ ସେ ତୁରନ୍ତ ମଧ୍ୟାହ୍ନ ୧୨.୧୫ସମୟରେ ମୁମ୍ବାଇ ବିମାନବନ୍ଦରରେ ଗୋଏୟାର ବିମାନ ଜି ୮୩୧୯କୁ ଅବତରଣ କରାଇଥିଲେ ।

ସମ୍ବନ୍ଧିତ ଖବର