ସୁପ୍ରିମ୍‌ କୋର୍ଟଙ୍କ ସାବରିମାଲା ରାୟ ପରେ ମୁଖ୍ୟ ପୁରୋହିତ କହିଲେ: ଠାକୁର ଆମ ପ୍ରାର୍ଥନା ଶୁଣିଲେ

ତିରୁବନନ୍ତପୁରମ: ସବୁ ବୟସ ବର୍ଗର ମହିଳାମାନେ ପର୍ବତ ଶିଖରରେ ଥିବା ସାବରିମାଳା ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରିବେ ବୋଲି ଗତବର୍ଷ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟର ପୁନର୍ବିଚାର କରି ତାହାକୁ ବୃହତ୍ତର ସାତଜଣିଆ ଖଣ୍ଡପୀଠକୁ ରେଫର୍‌ କରିଥିବା ନିଷ୍ପତ୍ତିକୁ ଗୁରୁବାର ଦିନ ସାବରିମାଲା ମନ୍ଦିରର ମୁଖ୍ୟ ପୁରୋହିତ ସ୍ୱାଗତ କରିଛନ୍ତି।

Image Source: MSN

ସାବରିମାଲା ମନ୍ଦିରର ମୁଖ୍ୟ ପୁରୋହିତ ବା ତନ୍ତ୍ରୀ ରାଜୀବରୁ କନ୍ଦାରାଉ କହିଛନ୍ତି ଯେ ଠାକୁରେ କୋଟି କୋଟି ବିଶ୍ୱାସୀଙ୍କର ପ୍ରାର୍ଥନା ଶୁଣିଲେ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ପାଞ୍ଚଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ମଧ୍ୟରୁ ବିଚାରପତି ରୋହିଙ୍ଗ୍‌ଟନ୍‌ ଫଲି ନରିମାନ ଏବଂ ବିଚାରପତି ଚନ୍ଦ୍ରଚୂଡ଼ ପୂର୍ବ ରାୟର ବିରୁଦ୍ଧାଚରଣ କରି ମତ ଦେବାରୁ ସୁପ୍ରିମ୍‌ କୋର୍ଟ ଏହି ରିଭ୍ୟୁ ପିଟିସନ୍‌ଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ଖଣ୍ଡପୀଠକୁ ରେଫର୍‌ କରିଛନ୍ତି।

ମସ୍‌ଜିଦ୍‌ ମଧ୍ୟକୁ ମହିଳାଙ୍କ ପ୍ରବେଶ, ଅଗ୍ନି ମନ୍ଦିର ମଧ୍ୟକୁ ବିବାହିତା ପାର୍ସି ମହିଳାଙ୍କ ପ୍ରବେଶ ଏବଂ ଦାଉଦି ବୋହରା ସମ୍ପ୍ରଦାୟରେ ନାରୀ ପ୍ରଜନନାଙ୍ଗ ବିଖଣ୍ଡନ ପ୍ରଭୃତି ମାମଲାଗୁଡ଼ିକର ରାୟ ଶୁଣାଇବାକୁ ସୁପ୍ରିମ୍‌ କୋର୍ଟ ବୃହତ୍ତର ଖଣ୍ଡପୀଠକୁ କହିଛନ୍ତି।

ସମ୍ବନ୍ଧିତ ଖବର