ଗୋଦାବରୀ ନଦୀରେ ଡଙ୍ଗା ବୁଡ଼ି ଘଟଣା: ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ନୌସେନା ଯବାନଙ୍କ ଉଦ୍ୟମ ଜାରି

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଗୋଦାବରି ନଦୀରେ ଶନିବାର ୩୨ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡି ଯାଇଥିବା ଖବର ମିଳିଥିଲା। ଭାରତୀୟ ନୌସେନାର ଯବନା ନିଖୋଜ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ୨୬ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୬ଜଣ ନିଖୋଜ ଅଛନ୍ତି। ଦୁଇଜଣଙ୍କୁ ଚିିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାରତୀୟ ନୌସେନାର ଯବାନ ଏବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଡଙ୍ଗାରେ ଥିବା ଯାତ୍ରୀଙ୍କ ମଧ୍ୟରେ ୧୫ବର୍ଷ ବୟସର ଛାତ୍ରଛାତ୍ରୀ ଅଧିକ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ଗୋଦାବରୀ ନଦୀ ଡଙ୍ଗାବୁଡ଼ି ଯାଇଥିଲା। ତେବେ ଡଙ୍ଗାରେ ଯେତିକି ଯାତ୍ରୀ ବସିବା କଥା ତା’ଠାରୁ ଅଧିକ ଲୋକ ବସିଥିବା ହେତୁ ଭାରସାମ୍ୟ ହରାଇ ଡଙ୍ଗାଟି ନିର୍ମାଣଧୀନ ବ୍ରିଜର ଖୁଣ୍ଟି ସହ ଧକ୍କା ଖାଇଥିଲା। ଫଳରେ ମଝି ନଦୀରେ ଡଙ୍ଗାଟି ବୁଡି ଯାଇଥିଲା। ଏହି ଡଙ୍ଗା ବୁଡିବା ସମ୍ପର୍କରେ ଖବର ପାଇ ପୁଲିସ ପ୍ରାଶସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଗତ ସପ୍ତାହରେ ଡଙ୍ଗା ବୁଡ଼ିଯିବା ହେତୁ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା।

ସମ୍ବନ୍ଧିତ ଖବର