ଜମ୍ମୁ: ମା’ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାଆନ୍ତି। ଖୁବ୍ ଶୀଘ୍ର ଶ୍ରଦ୍ଧାଳୁ ବିଶ୍ୱପ୍ରସିଦ୍ଧ ତୀର୍ଥସ୍ଥଳ ବୈଷ୍ଣୋ ଦେବୀ ଭବନରେ ଦେବୀଙ୍କ ବାସସ୍ଥଳୀ ପ୍ରାଚୀନ ଗୁମ୍ଫାର ପ୍ରବେଶ ଦ୍ୱାରକୁ ସ୍ୱର୍ଣ୍ଣରେ ସଜ୍ଜିତ ହୋଇଥିବା ଦେଖିବାକୁ ପାଇବେ। ଏଥିଲାଗି କାମ ଜୋରସୋର ଆରମ୍ଭ ହୋଇଯାଇଛି। ଏବେ ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମା’ ବୈଷ୍ଣୋଦେବୀ ଶ୍ରାଇନ୍ ବୋର୍ଡ ପକ୍ଷରୁ ବୈଷ୍ଣୋ ଦେବୀ ପ୍ରଚୀନ ଗୁମ୍ଫାର ପ୍ରବେଶ ଦ୍ୱାରକୁ ସ୍ୱର୍ଣ୍ଣରେ ଛାଉଣୀ କରାଯାଉଛି। ଶ୍ରଦ୍ଧାଳୁଙ୍କୁ ମା’ ବୈଷ୍ଣୋ ଦେବୀଙ୍କ ଦର୍ଶନ ଲାଗି ପ୍ରବେଶ ସମୟରେ ସ୍ୱର୍ଣ୍ଣ ଦ୍ୱାର ବି ଦର୍ଶନ ହେବ। ଏହି ସ୍ୱର୍ଣ୍ଣ ଦ୍ୱାରରେ ବିଭିନ୍ନ ଦେବା-ଦେବୀଙ୍କ ଚିତ୍ର ଅଙ୍କା ଯାଉଛି। ଦ୍ୱାର ମଧ୍ୟରେ ପାଖାପାଖି ୨୫ କିଲୋ ସୁନା ଓ ରୁପାଯୁକ୍ତ ଘଣ୍ଟି ରହିବା ସହିତ ତ୍ରିଦେବ ଅର୍ଥାତ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସହିତ ଭଗବାନ ସୂର୍ଯ୍ୟ ଦେବଙ୍କ ଚିତ୍ର ବି ଅଙ୍କା ଯିବ। ଏଥିସହିତ ପ୍ରବେଶ ଦ୍ୱାର ଉପରେ ଭଗବାନ ଗଣେଶ ଓ ପ୍ରଭୁ ହନୁମାନଙ୍କ ସ୍ୱର୍ଣ୍ଣଯୁକ୍ତ ଚିତ୍ର ଅଙ୍କା ଯିବ ବୋଲି ଜଣାପଡ଼ିଛି।