ଚାଷୀଙ୍କ ଋଣଛାଡ଼ ଏକ ସମାଧାନ ନୁହେଁ, କୃଷି କ୍ଷେତ୍ରକୁ ସହଯୋଗ ଆବଶ୍ୟକ: ବଜେଟ ପରେ ନ୍ୟୁୟର୍କରୁ ଜେଟଲିଙ୍କ ପ୍ରତିକ୍ରିୟା

ନ୍ୟୁୟର୍କ: ସ୍ୱାସ୍ଥ୍ୟଗତ କାରଣରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଥିବା ଭାରତର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଶୁକ୍ରବାର ନିଜର ମତ ରଖିଛନ୍ତି। ଲୋକସଭାରେ ଅସ୍ଥାୟୀ ଅର୍ଥମନ୍ତ୍ରୀ ପିୟୁଷ ଗୋୟଲଙ୍କ ଦ୍ୱାରା ଆଗତ ମୋଦି ସରକାରଙ୍କ ବଜେଟକୁ ଜେଟଲୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଚାଷୀଙ୍କ ଋଣଛାଡ଼ ଏକ ସମାଧାନ ନୁହେଁ, କୃଷି କ୍ଷେତ୍ରକୁ ସହଯୋଗ କରାଯିବା ଆବଶ୍ୟକ। ଆଜିର ବଜେଟରୁ ଚାଷୀମାନେ ଉପକୃତ ହେବେ। ମଧ୍ୟବିତ୍ତଙ୍କ ଖର୍ଚ୍ଚ କରିବାର କ୍ଷମତା ବଢ଼ିବ। ବର୍ଷ ୨୦୨୨ ସୁଦ୍ଧା ସମସ୍ତଙ୍କ ବାସସ୍ଥାନ ରହିବ ଓ ବିଦ୍ୟୁତ ସଂଯୋଗ କରାଯିବ ବୋଲି ଜେଟଲୀ କହିଚନ୍ତି।

ସମ୍ବନ୍ଧିତ ଖବର