ମୋଦି ସରକାରଙ୍କ ପାଇଁ ଖୁସି ଖବର : ୱାଲ୍ଡବ୍ୟାଙ୍କର ଆକଳନ, ୨୦୧୮-୧୯ ଆର୍ଥିକ ବର୍ଷରେ ୭.୩ପ୍ରତିଶତ ହାରରେ ବୃଦ୍ଧିି ପାଇବ ଦେଶର ଜିଡିପି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ପାଇଁ ଖୁସି ଖବର ଆଣିଛି ୱାର୍ଲ୍ଡବ୍ୟାଙ୍କ । ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶର ବିକାଶ ଦର ବୃଦ୍ଧି ପାଇବ । ୭.୩ ପ୍ରତିଶତ ହାରରେ ଦେଶର ବିକାଶ ଦର ବୃଦ୍ଧି ପାଇବ ବୋଲି ବିଶ୍ୱବ୍ୟାଙ୍କ କହିଛି । ଏଥିସହ ୨୦୧୮-୧୯ ରେ ବିଶ୍ୱର ସବୁଠୁ ଅଧିକ ବୃଦ୍ଧି ପାଉଥିବା ଅର୍ଥବ୍ୟବସ୍ଥା ଦେଶ ମଧ୍ୟରେ ଭାରତ ଅନ୍ୟତମ ଦେଶ ହେବ । ଚଳିତ ଆର୍ଥିକ ବର୍ଷରେ ଭାରତର ସଫଳ ଘରୋଇ ଉତ୍ପାଦ ବା ଜିଡିପି ୭.୩ପ୍ରତିଶତ ହାରରେ ବୃଦ୍ଧି ପାଇବ । ଅନ୍ୟପଟେ ଚୀନ କିନ୍ତୁ ପଛରେ ପଡିଯିବ ବୋଲି ବିଶ୍ୱବ୍ୟାଙ୍କ କହିଛି ।

ଚୀନର ଜିଡିପି ହାର ୬.୩ ପ୍ରତିଶତ ରହିବ ବୋଲି ସଙ୍କେତ ଦେଇଛି ବିଶ୍ୱବ୍ୟାଙ୍କ । ଗ୍ଲୋବାଲ ଇକୋନୋମିକ ପ୍ରସପେକ୍ଟସ:ଡାର୍କନିଙ୍ଗ ସ୍ପାଇଜ ରିପୋର୍ଟରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ଅଧିକାଂଶ ଦେଶର ଜିଡିପି ହାର କମ ରହିବ । କିନ୍ତୁ ଭାରତ ଓ ଦକ୍ଷିଣ ଏସୀୟ ଦେଶ ପାଇଁ ଭଲ ଖବର ଆଣିଛି ବିଶ୍ୱବ୍ୟାଙ୍କ । ନରେନ୍ଦ୍ର ମୋଦିଙ୍କ ଜିଏସଟି ଲାଗୁ କରିବା ନିଷ୍ପତି ନେଇ ମଧ୍ୟ ରିପୋର୍ଟରେ କୁହାଯାଇଛି । ଜିଏସଟି ଓ ନୋଟବନ୍ଦୀ ଭାରତରେ ଅର୍ଥନୈତିକ କ୍ଷେତ୍ରକୁ ପରିବର୍ତନ କରିଥିବାରେ ବେଶ ସହାୟକ ହୋଇଛି ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର