ଆପଣ କୁଆଡ଼େ ଯାଉଛନ୍ତି ଏବଂ କ’ଣ କରୁଛନ୍ତି ସବୁ ଉପରେ ନଜର ରଖୁଛି ଗୁଗଲ; ଗୁଗଲ ଲୋକେସନ ବନ୍ଦ କରିବା ପରେ ମଧ୍ୟ ଟ୍ରାକ୍‌ ହେଉଛି ଆପଣଙ୍କ ଲୋକେସନ

ନୂଆଦିଲ୍ଲୀ: ଏ ବିଷୟରେ ସମସ୍ତଙ୍କୁ ଜଣା ଥିବ ଯେ ସ୍ମାର୍ଟଫୋନରେ ଗୁଗଲ ଲୋକେସନର ବ୍ୟବହାର କରିବା ଦ୍ୱାରା ଗୁଗଲ ଆପଣଙ୍କ ଗତିବିଧି ଉପରେ ନଜର ରଖି ପାରିଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି ଆପଣ ଗୁଗଲ ଲୋକେସନ ବନ୍ଦ କରିବା ପରେ ମଧ୍ୟ ଆପଣଙ୍କୁ ଟ୍ରାକ୍‌ କରୁଛି ଗୁଗଲ । ଆମେରିକାର ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟର ରିସର୍ଚ ଟିମ୍‌ ଏକ ନିଉଜ୍‌ ଏଜେନ୍ସିକୁ ସୂଚନା ଦେଇ ଏହି କଥାର ଖୁଲାସା କରିଥିବା ଜଣା ପଡ଼ିଛି । ଯେତେବେଳେ ବ୍ୟବହାକାରୀମାନେ ଗୁଗଲ ମ୍ୟାପ୍‌ ଖୋଲିବା ପରେ ଗୁଗୁଲ ବ୍ୟବହାରକାରୀଙ୍କ ଲୋକେସନର ସବୁ ସୂଚନା ନେଇ ଯାଇଥାଏ । ଯାହା ପରେ ଫୋନରେ ଆପେ ଆପେ ପାଣିପାଗର ସୂଚନା ଆସିବାକୁ ଲାଗିଥାଏ ।

Los Angeles Times

ଗୁଗଲର ପ୍ରାଇଭେସି ପେଜ୍‌ ଅନୁଯାୟୀ, ବ୍ୟବହାରକାରୀମାନେ ଯେତେବେଳେ ଗୁଗଲ ଲୋକେସନକୁ ବନ୍ଦ କରି ଦେଉଛନ୍ତି, ସେତେବେଳେ ଗୁଗଲ ଆଉ ବ୍ୟବହାରକାରୀଙ୍କ ଲୋକେସନ ବିଷୟରେ ଜାଣି ପାରିବ ନାହିଁ । ଯଦି ଗୁଗଲ ଲୋକେସନକୁ ବନ୍ଦ କରି ବ୍ୟବହାରକାରୀ କେଉଁ ସ୍ଥାନକୁ ଯାଉଛନ୍ତି ତେବେ ତାହା ଜଣା ପଡ଼ିବ ନାହିଁ । କିନ୍ତୁ ନିଉଜ୍‌ ଏଜେନ୍ସି ଗୁଗଲ ପ୍ରାଇଭେସିରେ ଥିବା ଏ ବ୍ୟବସ୍ଥାକୁ ସଂପୂର୍ଣ୍ଣ ସତ ନୁହେଁ ବୋଲି କହିଛି । ବ୍ୟବହାରକାରୀମାନେ ଲୋକେସନ ବନ୍ଦ କରିବା ପରେ ମଧ୍ୟ କିଛି ଗୁଗଲ ଆପ୍‌ରେ ଏପରି ବ୍ୟବସ୍ଥା ରହିଛି, ଯାହା ବ୍ୟବହାରକାରୀଙ୍କ ବିନା ଅନୁମତିରେ ସେମାନଙ୍କର ଲୋକେସନକୁ ଟ୍ରାକ୍‌ କରିଥାଏ । ଏହି ରିପୋର୍ଟ ଆସିବା ପରେ ଗୁଗଲ ଏହାକୁ ସଂପୁର୍ଣ୍ଣ ଭାବେ ଖଣ୍ଡନ ନ କରି ଯଦି ଏପରି ହେଉଛି ତେବେ ଏ ନେଇ ତଦନ୍ତ କରାଯିବ ବୋଲି କହିଛି ଗୁଗଲ ।

ସମ୍ବନ୍ଧିତ ଖବର