କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଆଉ ମିଳିବନି ଓଭରଟାଇମ୍‌ ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀମାନେ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ (ଓଭରଟାଇମ୍‌) ପାଇଁ କାର୍ଯ୍ୟକଲେ ସେମାନଙ୍କୁ ଏଣିକି ଆଉ ଓଭରଟାଇମ୍‌ ଭତ୍ତା ମିଳିବ ନାହିଁ। ତେବେ, କର୍ମ ସଂପାଦନା କର୍ମଚାରୀ (ଅପରେସନାଲ ଷ୍ଟାଫ୍‌)ଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ ବୋଲି କେନ୍ଦ୍ର ସରକାରଙ୍କର କାର୍ମିକ (ପର୍ସୋନେଲ୍‌) ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି। ସପ୍ତମ ବେତନ କମିଶନଙ୍କ ସୁପାରିସ୍‌ ଆଧାରରେ କେନ୍ଦ୍ରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆ ଯାଇଥିବା ଜାରି ବିଜ୍ଞପ୍ତିରେ କୁହାଯାଇଛି।


କର୍ମଚାରୀମାନଙ୍କର ବେତନରେ ଘଟିଥିବା ବୃଦ୍ଧି ପରିପ୍ରେକ୍ଷୀରେ ସେମାନଙ୍କୁ ଆଉ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ (ଓଭରଟାଇମ୍‌) ପାଇଁ କାର୍ଯ୍ୟକଲେ ଓଭରଟାଇମ୍‌ ଭତ୍ତା ଦେବାର ଆବଶ୍ୟକତା ନାହିଁ ବୋଲି ସପ୍ତମ ବେତନ କମିଶନ ତାଙ୍କ ସୁପାରିଶରେ କହିଛନ୍ତି। ତେବେ, ଏହି ନିୟମ କର୍ମ ସଂପାଦନା କର୍ମଚାରୀ (ଅପରେସନାଲ ଷ୍ଟାଫ୍‌) ଏବଂ ସରକାରଙ୍କ ନିୟନ୍ତ୍ରଣାଧୀନରେ ଥିବା ଶିଳ୍ପ ସଂସ୍ଥାମାନଙ୍କରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନଙ୍କ କ୍ଷେତ୍ରରେ ଲାଗୁହେବ ନାହିଁ ସପ୍ତମ ବେତନ କମିଶନ ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର