ପୁଲଓ୍ଵାମା ଆକ୍ରମଣ ପରେ ସରକାରଙ୍କ ପଦକ୍ଷେପ: ହଟିଲା ହୁରିୟତ ନେତାଙ୍କ ସୁରକ୍ଷା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସରକାର ୧୮ ଜଣ ହୁରିୟତ ନେତାଙ୍କ ସୁରକ୍ଷା ହଟାଇଛନ୍ତି। ପୂର୍ବରୁ ୫ ଜଣ ବିଛିନ୍ନତାବାଦୀଙ୍କ ସୁରକ୍ଷା ହଟାଯାଇଥିଲା।

ଏତଦ୍‌ ବ୍ୟତୀତ ଜମ୍ମୁ କଶ୍ମୀରର ୧୫୫ ରାଜନୈତିକ ବ୍ୟକ୍ତିଙ୍କ ମଧ୍ୟ ସୁରକ୍ଷାରେ ପରିବର୍ତ୍ତନ କରାଯାଇଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ସୁରକ୍ଷା ହଟାଯିବା ଅଥବା କମ କରି ଦିଆଯିବା ପରେ ଏଡଭାଇଜାରି ଜାରି କରି ଦିଆଯାଇଛି।

ସମ୍ବନ୍ଧିତ ଖବର