ରବିବାରରେ ସରକାରୀ କର୍ମଚାରୀଙ୍କୁ ମିଳିବ ନାହିଁ ଛୁଟି

ଭୋପାଳ : ରବିବାରରେ କର୍ମଚାରୀଙ୍କୁ ମିଳିବ ନାହିଁ ଛୁଟି,ଏଭଳି କଟକଣା ବର୍ତ୍ତମାନ ମଧ୍ୟପ୍ରଦେଶରେ କେବଳ ସରକାରୀ କର୍ମଚାରୀଙ୍କ ଉପରେ ଲାଗୁ କରାଯାଇଛି । ତେବେ ସରକାରୀ କର୍ମଚାରୀଙ୍କ ପାଇଁ ଏହାଠୁ ବଡ ଖରାପ ଖବର ଅନ୍ୟ କିଛି ବି ହୋଇନପାରେ । କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାରଙ୍କ କର୍ମଚାରୀ ବା ଅଧିକାରୀ, କହିବାକୁ ଗଲେ ତ ଦୁଇଟି ଯାକ କ୍ଷେତ୍ରରେ କର୍ମଚାରୀଙ୍କୁ ଭରପୂର ମାତ୍ରାରେ ଛୁଟି ମିଳିଥାଏ । କିନ୍ତୁ ତଥାପି ରବିବାର ଦିନକୁ ସମସ୍ତେ ଚାହିଁ ବସିଥାନ୍ତି । କାରଣ ରବିବାର ଦିନ ସାରା ଦେଶରେ ଛୁଟି ପାଇଁ ହିଁ ଜଣାଯାଇଥାଏ ।

ସେହିପରି ରବିବାର ଦିନ ସମସ୍ତ ପ୍ରଶାସନିକ କାମଧନ୍ଦା ବନ୍ଦ ରହିବା କାରଣରୁ ଅଧିକାଂଶ ଘରୋଇ ସଂସ୍ଥା ଗୁଡିକୁ ବାଧ୍ୟ ହୋଇ ବନ୍ଦ ରଖାଯାଇଥାଏ । ସବୁ ପ୍ରକାରର ଅବକାଶ ମିଳିବା ପରେ ବି ଅଧିକାଂଶ ଲୋକଙ୍କୁ ରବିବାର ଛୁଟି ହିଁ ବେଶି ପସନ୍ଦ ଆସିଥାଏ । କିନ୍ତୁ ବର୍ତ୍ତମାନ ମଧ୍ୟପ୍ରଦେଶରରେ ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କୁ ଏହି ସୁବିଧାରୁ ବଂଚିତ କରାଯାଇଛି । ମଧ୍ୟପ୍ରଦେଶର ସରକାରୀ କାମଧନ୍ଦାକୁ ଦୃଷ୍ଟିରେ ରଖି ରବିବାର ଦିନର ଛୁଟିକୁ ବନ୍ଦ କରିଦିଆଯାଇଛି ।

ମଧ୍ୟପ୍ରଦେଶରେ କିଛି ଦିନ ହେଲା ଚାଷୀ ଋଣ ଛାଡ ଯୋଜନାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି, ଯାହାକୁ ସେଠାକାର ସରକାର ଅତି ଗୁରୁତର ସହ ନେଇଛନ୍ତି । ତେବେ ଲୋକଙ୍କର ସବୁିଧାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର କର୍ମଚାରୀମାନଙ୍କର ରବିବାର ଦିନର ଛୁଟିକୁ ବାତିଲ କରିଛନ୍ତି । ଆଉ ଏହି ଦିନରେ କୃଷକଙ୍କୁ ଚାଷୀ ଋଣ ଛାଡ ଫର୍ମ ଭରିବାର ସୁବିଧା ଦିଆଯାଇଛି । ଖାଲି ଏତିକି ନୁହେଁ ରାଜ୍ୟର ସମସ୍ତ ପଂଚାୟତଗୁଡିକୁ ବି ରବିବାର ଦିନ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ମଧ୍ୟପ୍ରଦେଶରେ ୧୬ ଜାନୁଆରୀରୁ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ଏବଂ କୌଣସି ବି ପରିସ୍ଥିତିରେ ଏହି କାମକୁ କାର୍ଯ୍ୟକାରୀ କରିବାକୁ ମଧ୍ୟପ୍ରଦେଶ ସରକାରଙ୍କ ତରଫରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସମ୍ବନ୍ଧିତ ଖବର