ବଦଳିବ ବିଏଡ୍ ପାଠ୍ୟକ୍ରମର ଅବଧି : ଆସନ୍ତାବର୍ଷରୁ ଏହି ପାଠ୍ୟକ୍ରମର ଅବଧି ହେବ ୪ ବର୍ଷ !
ଏନେଇ ଘୋଷଣା କଲେ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର
ନୂଆଦିଲ୍ଲୀ : ଆସନ୍ତାବର୍ଷରୁ ବଦଳିବାକୁ ଯାଉଛି ବିଏଡ୍ ପାଠ୍ୟକ୍ରମର ଅବଧି। ବିଏଡ୍ ପାଠ୍ୟକ୍ରମରେ ସୁଧାର ଆଣିବା ପାଇଁ ସରକାର ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ଯାହାଫଳରେ ଆସନ୍ତାବର୍ଷ ଠାରୁ ବ୍ୟାଚେଲର ଇନ୍ ଏଜୁକେସନ୍ (ବିଏଡ଼୍) ପାଠ୍ୟକ୍ରମର ଅବଧି ୪ ବର୍ଷ ହୋଇଯିବ । ଯାହା ଆଗରୁ ୨ ବର୍ଷର ଥିଲା । ଏନେଇ ଘୋଷଣା କରିଛନ୍ତି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଜାଭଡ଼େକର କହିଛନ୍ତି ଆମେ ଆସନ୍ତା ବର୍ଷଠାରୁ ବିଏଡ଼୍ ପାଇଁ ଚାରି ବର୍ଷ ଇଂଟଗ୍ରେଟେଡ଼୍ କୋର୍ସ ଲଂଚ କରିବା ପାଇଁ ଯାଉଛୁ । ପାଠପଢ଼ାର ଗୁଣବତ୍ତା ଧୀରେ ଧୀରେ ହ୍ରାସ ପାଉଛି । କାରଣ ବିଏଡ଼୍ କୋର୍ସକୁ ଛାତ୍ରଛାତ୍ରୀ ମାନେ ଶେଷ ବିକଳ୍ପ ଭାବେ ଚିନ୍ତା କରନ୍ତି । ଯଦ୍ୱାରା ପିଲାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ବିଏଡ଼୍ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ବିକଳ୍ପ ତଥା ଏହି କୋର୍ସ ପାଇଁ ଛାତ୍ରଛାତ୍ରୀ ପ୍ରାଥମିକତା ଦେବା ଦରକାର । ତେବେ ଏହି ନିୟମ ଲାଗୁ ହେବା ପରେ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀରୁ ନାମ ଲେଖାଇ ପାରିବେ । ପୂର୍ବରୁ ବିଏଡ଼୍ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍ନାତକ କରିବାକୁ ପଡୁଥିଲା ।