ଅନ୍‌ଲାଇନ୍‌ ଖବରକୁ ନିୟନ୍ତ୍ରଣ କରିବାକୁ ସରକାରୀ ପାନେଲ୍‌

ନୂଆଦିଲ୍ଲୀ: ନିଉଜ୍‌ ପୋର୍ଟାଲ୍‌ ଏବଂ ମିଡିଆ େଓ୍ଵବ୍‌ସାଇଟ୍‌ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ କମିଟି ଗଠନ କରିବାକୁ ସ୍ଥିର କରିଛି।
ଆନୁଷ୍ଠାନିକ ଭାବେ ମୁକ୍ତିଲାଭ କରି ନ ଥିଲେ ମଧ୍ୟ ପ୍ରସାରଣ ମନ୍ତ୍ରାଳୟର ନିର୍ଦେଶକ ଅମିତ କାତୋଚ୍‌ଙ୍କ ଦସ୍ତଖତ ଥିବା ଏପ୍ରିଲ୍‌ ୪ ତାରିଖର ଏହି ଆଦେଶନାମାର ଏକ ଲିକ୍‌ କପି ଇଣ୍ଟର୍‌ନେଟ୍‌ରେ ମିଳୁଛି।

ଏଥିରେ ଉଲ୍ଲେଖ ଅଛି କି, ଅନ୍‌ଲାଇନ୍‌ ମିଡିଆ େଓ୍ଵବ୍‌ସାଇଟ୍‌ ଏବଂ ନିଉଜ୍‌ ପୋର୍ଟାଲ୍‌ ସବୁକୁ ନିୟନ୍ତ୍ରଣ କରିବାକୁ କୌଣସି ନୀତି ନାହିଁ। ସରକାରଙ୍କ ଦ୍ୱାରା ନିଯୁକ୍ତ କମିଟି, ଡିଜିଟାଳ୍‌ ବୋର୍ଡ କାଷ୍ଟିଙ୍ଗ୍‌ ଏବଂ ଏଣ୍ଟର୍‌ଟେନ୍‌ମେଣ୍ଟ୍‌/ ଇମ୍ଫୋଟେନ୍‌ମେଣ୍ଟ୍‌ ସାଇଟ୍‌ ଏବଂ ନିଉଜ୍‌/ମିଡିଆ ଏଗ୍ରିଗେଟର୍‌ ସମେତ ମିଡିଆ ଏବଂ ଅନ୍‌ଲାଇନ୍‌ ନିଉଜ୍‌ ପୋର୍ଟାଲ୍‌ ପାଇଁ ଏକ ରେଗୁଲେଟରି ଫ୍ରେମ୍‌ଓ୍ଵାର୍କ ଗଠନ କରି ସରକାରଙ୍କ ପାଖରେ ଉପସ୍ଥାପନ କରିବା ଉଚିତ।

PTI3_22_2018_000083B

ସୂଚନା ଓ ପ୍ରସାରଣ, ଆଇନ, ଗୃହ, ଇଲେକ୍‌ଟ୍ରୋନିକ୍‌ ଆଣ୍ଡ୍‌ ଆଇଟି ଏବଂ ଇଣ୍ଡଷ୍ଟ୍ରିଆଲ୍‌ ପଲିସି ଆଣ୍ଡ୍‌ ପ୍ରମୋସନ୍‌ ଆଦି ବିଭାଗର ସଚିବଙ୍କୁ ମିଶାଇ ମନ୍ତ୍ରାଳୟ ଏକ ୧୦ ଜଣିଆ କମିଟି ନିଯୁକ୍ତି ଦେଇଛି। ମାଇଁଗଭ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ, ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ, ନିଉଜ୍‌ ବ୍ରୋଡ୍‌କାଷ୍ଟର୍ସ ଆସୋସିଏସନ୍‌ ଆଣ୍ଡ୍‌ ଇଣ୍ଡିଆନ୍‌ ବ୍ରୋଡ୍‌କାଷ୍ଟରର୍ସ ଫେଡେରେସନ୍‌ ଆଦିରୁ ମଧ୍ୟ ଉକ୍ତ କମିଟିରେ ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର