ପାକିସ୍ତାନ ଗୁଳି ବର୍ଷଣରୁ ରକ୍ଷା ପାଇବାକୁ ସାଧାରଣ ନାଗରିକମାନଙ୍କ ପାଇଁ ୧୪ ହଜାର ବଙ୍କର୍‌ ତିଆରି କରିବେ ସରକାର

ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀର ଅନ୍ତର୍ଗତ ପାଞ୍ଚଟି ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସାଧାରଣ ନାଗରିକମାନଙ୍କ ପାଇଁ ସରକାର ୧୩, ୦୨୯ଟି ବଙ୍କର୍‌ ତିଆରି କରିବେ। ସାମ୍ବା, ପୁଞ୍ଚ୍‌, ଜମ୍ମୁ, କାଥୁଆ ଏବଂ ରାଜୌରି ଆଦି ଜିଲ୍ଲାରେ ରହୁଥିବା ବାସିନ୍ଦାମାନଙ୍କୁ ପାକିସ୍ତାନୀ ସୈନ୍ୟମାନଙ୍କ ଗୁଳିଗୋଳା ବର୍ଷଣରୁ ରକ୍ଷା କରିବା ନିମିତ୍ତ ଏହି ବଙ୍କର୍‌ସବୁ ସହାୟକ ହେବ। ଏହି ଜିଲ୍ଲାଗୁଡ଼ିକରେ ଆଉ ୧, ୪୩୧ଟି ବଡ଼ କମ୍ୟୁନିଟି ବଙ୍କର୍‌ ମଧ୍ୟ କରାଯିବ। ପ୍ରତି ବଙ୍କର୍‌ରେ ୪୦ ଜଣ ଲୋକ ରହି ପାରିବେ।

ରାଷ୍ଟ୍ରାୟାତ ନେସ୍‌ନାଲ୍‌ ବିଲ୍‌ଡିଙ୍ଗ୍‌ କନ୍‌ଷ୍ଟ୍ରକ୍‌ସନ୍‌ କର୍ପୋରେସନ୍‌ (ଏନ୍‌ବିସିସି) ଏହି ବଙ୍କର୍‌ ସବୁ ସୀମାନ୍ତ ଠାରୁ ତିନି କିଲୋମିଟର୍‌ ଦୂରଯାଏଁ ଅଞ୍ଚଳରେ ନିର୍ମିତ ହେବାକୁ ଥିବା ଏହି ବଙ୍କର୍‌ ସବୁ ପ୍ରଥମ ପର୍ଯ୍ୟାୟରେ ଆନ୍ତର୍ଜାତିକ ସୀମାନ୍ତ ବା ନିୟନ୍ତ୍ରଣ ରେଖା ପାଖା ପାଖି ତିଆରି କରାଯିବ। ୧୬୦ ବର୍ଗ ଫୁଟ୍‌ ବିଶିଷ୍ଟ ପ୍ରତି ବଙ୍କର୍‌ରେ ରହି ପାରିବେ ୮ରୁ ୧୦ ଜଣ ଲୋକ। ତା’ ଛଡ଼ା ପ୍ରତି କମ୍ୟୁନିଟି ବଙ୍କର୍‌ରେ ରହି ପାରିବେ ୪୦ ଜଣ ପାଖାପାଖି ଲୋକ।

୨୦୧୭ ମସିହାରେ ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ୧୫ ଜଣ ସେନାବାହିନୀର ସୈନିକ ଏବଂ ୪ ଜଣ ବିଏସ୍‌ଏଫ୍‌ ଯବାନଙ୍କ ମୃତ୍ୟୁ ହେବା ସହ ୧୨ ଜଣ ସାଧାରଣ ନାଗରିକ ହୋଇଥିଲେ। ୭୯ ଜଣ ସାଧାରଣ ନାଗରିକ ଆହତ ମଧ୍ୟ ହୋଇଥିଲେ।

ବଙ୍କର୍‌ ନିର୍ମାଣ ପାଇଁ ଗୃହ ବ୍ୟାପାର ମନ୍ତ୍ରାଳୟ ଏବିସିସିକୁ ୪୧୬ କୋଟି ଟଙ୍କାର କାମ ମଞ୍ଜୁର କରିଛି।

ସମ୍ବନ୍ଧିତ ଖବର