ଏକଲକ୍ଷ କୋଟି ଟଙ୍କାର ଶତ୍ରୁ ସମ୍ପତ୍ତି ନିଲାମ କରିବେ ସରକାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ଥିବା ଏକ ଲକ୍ଷକୋଟିରୁ ଅଧିକ ମୂଲ୍ୟର ୯,୪୦୦ ଶତ୍ରୁ ସମ୍ପତ୍ତିକୁ ସରକାର ନିଲାମ କରିବା ପାଇଁ ଯୋଜନା ରଖିଛନ୍ତି।

ଅଧିକାରୀଙ୍କ କହିବାନୁସାରେ, ଗୃହ ମନ୍ତ୍ରାଳୟ ଏଭଳି ସମ୍ପତ୍ତି ଚିହ୍ନଟ କରିବା ଆରମ୍ଭ କରିଦେଇଛି। ତେବେ ପାକିସ୍ତାନ ଓ ଚୀନର ନାଗରିକଙ୍କ ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତି ବୋଲି କୁହାଯାଉଛି। ୪୯ବର୍ଷ ପୁରୁଣା ଶତ୍ରୁ ସମ୍ପତ୍ତି ଅଧିନିୟମରେ ସଂଶୋଧନ ପରେ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ନିୟମ ଅନୁସାରେ, ଭାରତ ବିଭାଜନ ପରେ ପାକିସ୍ତାନ ଓ ଚୀନ ଯାଇ ବାସବାସ କରୁଥିବା ଲୋକଙ୍କ ସମ୍ପତ୍ତି ଉପରେ ସେମାନଙ୍କ ଉତ୍ତରାଧିକାରଙ୍କ ଅଧିକାର ନଥାଏ। ତେଣୁ ଏହି ସମ୍ପତ୍ତିଗୁଡ଼ିକୁ ନିଲାମ କରି ଦିଆଯିବ।

ଗୃହ ମନ୍ତ୍ରାଳୟର ଏକ ଅଧିକାରୀଙ୍କ କହିବାନୁସାରେ, ‘ନିକଟରେ ହୋଇଥିବା ଏକ ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା କି ୬,୨୮୯ ଶତ୍ରୁ ସମ୍ପତ୍ତିର ଚିହ୍ନଟ କରାଯାଇ ସାରିଥିବା ବେଳେ ବାକି ଥିବା ୨,୯୯୧ ସମ୍ପତ୍ତି ଚିହ୍ନଟ କରାଯାଉଛି। ଏମିତି ସମ୍ପତ୍ତି ଯେଉଁଥିରେ କି କାହାରି ଅଧିକାର ନାହିଁ, ସେହି ସମ୍ପତ୍ତିକୁ ଖାଲି କରିବା ପାଇଁ ଖୁବ୍‌ ଶୀଘ୍ର ଏହାର ନିଲାମ କରାଯିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଅନ୍ୟ ଜଣେ ଅଧିକାରୀଙ୍କ କହିବାନୁସାରେ, ଶତ୍ରୁ ସମ୍ପତ୍ତିର ମୂଲ୍ୟ ପାଖାପାଖି ୧,୦୦,୦୦୦ କୋଟି ଟଙ୍କାରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହାକୁ ବିକ୍ରି କରିବା ପରେ ସରକାରଙ୍କୁ ବିପୁଳ ପରିମାଣର ଅର୍ଥ ରାଶି ହାସଲ ହେବ। ସେହିଭଳି ପାକିସ୍ତାନରେ ଭାରତୀୟ ସହିତ ଜଡ଼ିତ ଥିବା ସମ୍ପତ୍ତିକୁ ବିକ୍ରି କରାଯାଇସାରିଛି। ତେବେ ଏଭଳି ସମ୍ପତ୍ତିର ଚିହ୍ନଟ କରିବ ତାହାର ମୂଲ୍ୟ ଲଗାଇବା ପାଇଁ ନୋଏଡା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

ପାକିସ୍ତାନରେ ବସବାସ କରୁଥିବା ଲୋକମାନଙ୍କର ଦେଶରେ ପାଖାପାଖି ୯,୨୮୦ଟି ସମ୍ପତ୍ତି ରହିଛି। ଏଥିମଧ୍ୟରୁ ସବୁଠାରୁ ଅଧିକ ସମ୍ପତ୍ତି ଉତ୍ତରପ୍ରଦେଶରେ ରହିଛି। ଏତଦ୍‌ ବ୍ୟତୀତ ପଶ୍ଚିମବଙ୍ଗରେ ୨,୭୩୫ଟି, ରାଜଧାନୀ ଦିଲ୍ଲୀରେ ୪୮୭ଟି ସମ୍ପତ୍ତି ଅଛି। ଏଥିମଧ୍ୟରୁ ୧୨୬ଟି ସମ୍ପତ୍ତି ଚୀନରେ ନାଗରିକତା ହାସଲ କରିଥିବା ଲୋକମାନଙ୍କର ରହିଛି। ଚୀନ ନାଗରିକଙ୍କ ସହିତ ଜଡ଼ିତ ୫୭ଟି ଶତ୍ରୁ ସମ୍ପତ୍ତି ମେଘାଳୟରେ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର