୯୪୦୦ ଶତ୍ରୁ ସମ୍ପତ୍ତି ବିକ୍ରି ପାଇଁ ସରକାର ପ୍ରସ୍ତୁତ, ୧ ଲକ୍ଷ କୋଟିର ରାଜସ୍ବ ମିଳିବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏବେ ୯୪୦୦ରୁ ଅଧିକ ଶତ୍ରୁ ସମ୍ପତ୍ତି ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏ ବାବଦ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏହି ସମ୍ପତ୍ତି ବିକ୍ରି ହେଲେ ସରକାରଙ୍କୁ ୧ ଲକ୍ଷ କୋଟିର ରାଜସ୍ବ ମିଳିବା ସମ୍ଭାବନା ରହିଛି। ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ୪୯୯୧ ଶତ୍ରୁ ସମ୍ପତ୍ତି ରହିଥିବା ବେଳେ ପଶ୍ଚିମବଂଗରେ ୨୭୩୫ ସମ୍ପତ୍ତି ରହିଛି।

ସମ୍ବନ୍ଧିତ ଖବର