ମୋଦିଙ୍କ ନୂଆ ମିସନ୍‌ :୧୦୦ କୋଟି ଆଧାର ସହ ୧୦୦ କୋଟି ମୋବାଇଲ୍‌ ଓ ଆକାଉଣ୍ଟକୁ ଲିଙ୍କ୍‌ କରିବେ ସରକାର

ନୂଆଦିଲ୍ଲୀ: ମୁଡିସ୍‌ ରେଟିଙ୍ଗ୍‌ରେ ଭାରତର ଉତ୍ସାହ ଜନକ ଅଗ୍ରଗତି ଏବଂ ‘ବ୍ୟବସାୟ ଲାଗି ଅନୁକୂଳ’ କ୍ରମାଙ୍କରେ ୩୦ଟି ସ୍ଥାନ ଉପରକୁ ଉଠିବା ପରେ କେନ୍ଦ୍ର ସରକାର ଆଉ ଏକ ବଡ଼ ଲକ୍ଷ୍ୟ ହାସଲ ଦିଗରେ ପଦକ୍ଷେପ ନେଇଛନ୍ତି । ଏହା ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ମିସନ୍‌। ‘୧୦୦ କୋଟି-୧୦୦କୋଟି-୧୦୦କୋଟି ସଂଯୋଗ’ ହେବ ଏହି ମିସନର ଲକ୍ଷ୍ୟ। ଏହାକୁ ହାସଲ କରିବା ଲାଗି ଯୋଜନା କରୁଛନ୍ତି କେନ୍ଦ୍ର ସରକାର ।

ସେରକାର ଖୁବ୍‌ ଶୀଘ୍ର ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି, ଯାହା ଜରିଆରେ ୧୦୦ କୋଟି ବ୍ୟାଙ୍କ ଆକାଉଣ୍ଟ ଓ ୧୦୦ କୋଟି ମୋବାଇଲ ନମ୍ବର ସହ ୧୦୦ କୋଟି ଆଧାର ସଂଯୋଗ କରାଯିବ । ଯଦିଓ ଏ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ କିନ୍ତୁ ଏହି ଲକ୍ଷ୍ୟ ହାସଲ ଲାଗି କାର୍ଯ୍ୟ କରାଯିବ ।

ମୁଡିସ ଇନ୍‌ଭେଷ୍ଟର ସର୍ଭିସ୍‌ ଗତ ଶୁକ୍ରବାର ଭାରତର ଘରୋଇ ଏବଂ ବିଦେଶୀ ମୁଦ୍ରା ଋଣ ସୂଚକାଙ୍କ ‘ବିଏଏ-୨’ ସ୍ତରରୁ ‘ବିଏଏ-୩’କୁ ଉନ୍ନୀତ କରିଛି । ଏହି ରେଟିଙ୍ଗ୍‌ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଚାଲିଥିବା ଆର୍ଥିକ ସଂସ୍କାର ଧାରା ଯଦି ଚାଲୁ ରହେ ତେବେ ଭାରତର ବ୍ୟାବସାୟିକ ବାତାବରଣରେ ଅଧିକ ଅନୁକୂଳ ହେବା ସହ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର