ନୂଆଦିଲ୍ଲୀ: ବଦଳିଛନ୍ତି ୬ଟି ରାଜ୍ୟର ରାଜ୍ୟପାଳ | କେନ୍ଦ୍ର ସରକାରଙ୍କ ସହମତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୬ଟି ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି | ରାଜ୍ୟପାଳ ବଦଳିରେ ପ୍ରଥମ ନାମ ଭାବରେ ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦି ବେନ ପଟେଲଙ୍କ ନାମ ସାମ୍ନାକୁ ଆସିଛି | ଆନନ୍ଦିବେନଙ୍କୁ ଉତ୍ତରପ୍ରଦେଶ ରାଜ୍ୟପାଳ ଭାବେ ବଦଳି କରାଯାଇଛି |
/sambad/media/post_attachments/wp-content/uploads/2019/01/ramnath-kovind-president_-300x233.jpg)
ଏହାପୂର୍ବରୁ ରାମ ନାଇକ ଉତ୍ତରପ୍ରଦେଶର ରାଜ୍ୟପାଳ ଥିଲେ | ସେହିପରି ଲାଲ ଜି ଟଣ୍ଡନଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ବଦଳି କରାଯାଇଥିବାବେଳେ ପୂର୍ବରୁ ସେ ବିହାର ରାଜ୍ୟପାଳ ଥିଲେ | ବିହାର ରାଜ୍ୟପାଳ ଭବେ ଫଗୁ ଚୌହାନ ଲାଲ ଜି ଟଣ୍ଡନଙ୍କ ସ୍ଥାନ ନେବେ |
ଜଗଦୀପ ଧନକଡ଼ଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ରମେଶ ବେଶେଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି | ସେହିପରି ଆର ଏନ ରବିଙ୍କୁ ନାଗାଲାଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି | ଏଠାରେ ସୂଚନା ଥାଉ କି ପୂର୍ବରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଓଡ଼ିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ମିଳିଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Anandiben.jpg)