ନିର୍ବାଚନୀ ଟିପ୍ସ ଦେଇ ଅଡ଼ୁଆରେ ରାଜ୍ୟପାଳ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ବିଜେପି ବିଧାୟକମାନଙ୍କୁ ନିର୍ବାଚନ ଜିଣିବାର ଟିପ୍ସ ଦେଇ ଏବେ ଅଡ଼ୁଆରେ ପଡ଼ିଛନ୍ତି। ଗତକାଲି ଆନନ୍ଦିବେନ୍‌ ସତ୍‌ନା ବିମାନ ବନ୍ଦରରେ କିଛି ସ୍ଥାନୀୟ ବିଜେପି ବିଧାୟକଙ୍କ ସମେତ ଜିଲ୍ଲା ସଭାପତି ନରେନ୍ଦ୍ର ତ୍ରିପାଠୀ ଏବଂ ମେୟର ମମତା ପାଣ୍ଡେଙ୍କୁ କହିଥିଲେ ଯେ ସେମାନେ ଯଦି ଅଞ୍ଚଳର ଅଭାବୀ ଏବଂ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ତେବେ ଯାଇ ଅଧିକରୁ ଅଧିକ ଭୋଟ୍‌ ପାଇବେ। ଆନନ୍ଦିବେନ୍‌ କହିଥିଲେ ଭୋଟରମାନେ ସହଜରେ ଆସିବେନି। ସେମାନଙ୍କ ଘରକୁ ଯାଅ, ଅଧିକ ମିଳାମିଶା ସହ ସେମାନଙ୍କ ପିଲାଙ୍କୁ କୋଳକୁ ନିଅ। ତା’ପରେ ଯାଇ ଭୋଟ୍‌ ମିଳିବ। ତେବେ ଆନନ୍ଦିବେନ୍‌ ବିଜେପି ବିଧାୟକଙ୍କୁ ନିର୍ବାଚନ ଜିଣିବାପାଇଁ ଦେଉଥିବା ଏହି ଟିପ୍ସର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବାବେଳେ କଂଗ୍ରେସ ଏହାର ବିରୋଧ କରିଛି।

ସମ୍ବନ୍ଧିତ ଖବର