ରିଅଲିଟି ସୋରେ ଶିଶୁମାନଙ୍କୁ ଅଶାଳୀନ ଭାବେ ପ୍ରଦର୍ଶନ ବନ୍ଦ କର : ଟିଭି ଚ୍ୟାନେଲମାନଙ୍କୁ ସରକାରଙ୍କ ତାଗିଦ

ନୂଆଦିଲ୍ଲୀ : ଘରୋଇ ଟିଭି   ଚ୍ୟାନେଲଗୁଡ଼ିକରେ  ଛୋଟ ପିଲାଙ୍କୁ ନେଇ  ପ୍ରସାରଣ ହେଉଥିବା ବିଭିନ୍ନ ନୃତ୍ୟ ଆଧାରିତ ରିଅଲିଟି ସୋଗୁଡ଼ିକ ଉପରେ କେତେକ କଟକଣା ଲଗାଇଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଲକ୍ଷ୍ୟ କରାଯାଇଛି ଯେ ଅନେକ ନୃତ୍ୟ ଆଧାରିତ ରିଅଲିଟି ସୋ ମାନଙ୍କରେ ଛୋଟପିଲାମାନେ ଚଳଚ୍ଚିତ୍ର ଓ ଅନ୍ୟାନ୍ୟ ଲୋକପ୍ରିୟ ମନୋରଞ୍ଜନ ମାଧ୍ୟମଗୁଡ଼ିକରେ ବଡ କଳାକାରମାନେ ପ୍ରଦର୍ଶନ କରୁଥିବା କେତେକ ଭଙ୍ଗୀ ପ୍ରଦର୍ଶନ କରୁଛନ୍ତି । ଏହି ପଦକ୍ଷେପ ଗୁଡ଼ିକ ଅତ୍ୟନ୍ତ ଉତ୍ତେଜକ ଏବଂ ଛୋଟପିଲାଙ୍କ ବୟସ ଅନୁରୂପ ନୁହେଁ । ଏହା ଛୋଟ ବୟସରେ ପିଲାମାନଙ୍କ ଉପରେ କୁପ୍ରଭାବ ପକାଇବାର ସମ୍ଭାବନା ରହିଛି । ନିୟମ ଅନୁଯାୟୀ ପିଲାମାନଙ୍କୁ କଳଙ୍କିତ କରୁଥିବା କୌଣସି କାର୍ୟ୍ୟ ଟେଲିଭିଜନରେ ପ୍ରସାରିତ ହେବା ଉଚିତ ନୁହେଁ । ପୁନଶ୍ଚ ପିଲାମାନଙ୍କ ପାଇଁ ପ୍ରସାରିତ କାର୍ୟ୍ୟକ୍ରମରେ କୌଣସି ଅଶାଳୀନ ଭାଷା କିମ୍ବା ହିଂସାତ୍ମକ ଦୃଶ୍ୟ ପ୍ରଦର୍ଶିତ ହେବା ଉଚିତ ନୁହେଁ ବୋଲି ମନ୍ତ୍ରାଳୟ କହିଛି ।

ତେଣୁ ନୃତ୍ୟ ଆଧାରିତ ରିଅଲିଟି ସୋ କିମ୍ବା ସେହିପରି କାର୍ୟ୍ୟକ୍ରମ ମାନଙ୍କରେ ପିଲାମାନଙ୍କୁ ନେଇ କୌଣସି ଉତ୍ତେଜକ, ଅଶାଳୀନ କିମ୍ବା ଅନୁଚିତ ଦୃଶ୍ୟ ପ୍ରଦର୍ଶିତ ନକରିବା ପାଇଁ ମନ୍ତ୍ରଣାଳୟ ସମସ୍ତ ଘରୋଇ ଟେଲିଭିଜନ ଚ୍ୟାନେଲମାନଙ୍କୁ ପରାମର୍ଶ ଦିଆଯାଇଛି । ଏହିପରି ରିଅଲିଟି ସୋ ଏବଂ କାର୍ୟ୍ୟକ୍ରମ ମାନଙ୍କରେ ସର୍ବାଧିକ ସଂଯମ, ସମ୍ବେଦନଶୀଳତା ଓ ସତର୍କତା ପ୍ରଦର୍ଶନ ପାଇଁ ମଧ୍ୟ ଚ୍ୟାନେଲମାନଙ୍କୁ ପୁନଶ୍ଚ ପରାମର୍ଶ ଦିଆଯାଇଛି ।

 

ସମ୍ବନ୍ଧିତ ଖବର