ଜିଏସଏଲଭି ରକେଟ କାର୍ଯ୍ୟକ୍ରମ ପାଇଁ ୨୭୨୯ କୋଟି ମଂଜୁର, ମାନବ ମିଶନ ପାଇଁ ଜରୁରୀ

ଭୁବନେଶ୍ବର : ଜିଏସଏଲଭିର ଚତୁର୍ଥ ଦଫା କାର୍ଯ୍ୟକ୍ରମକୁ ଚାଲୁ ରଖିବା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛି । ଭାରତ ୨୦୨୧ ରୁ୨୦୨୪ ମଧ୍ୟରେ ୫ଟି ଜିଏସଏଲଭି ଉତକ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ପାଇଁ ମୋଟ ୨୭୨୯.୧୩ କୋଟି ଟଙ୍କା ଆବଶ୍ୟକ ହେବ । ଜିଏସଏଲଭିର ଚତୁର୍ଥ ଦଫା କାର୍ଯ୍ୟକ୍ରମ ଜିଓ ଇମେଜିଂ, ନାଭିଗେସନ, ଡାଟା ରିଲେ ଯୋଗାଯୋଗ ଏବଂ ମହାକାଶ ବିଜ୍ଞାନ ପାଇଁ ୨ ଟନ ଓଜନର ଉପଗ୍ରହ ଉତକ୍ଷେପଣ କରାଇବାରେ ସମର୍ଥ ହେବ ।

ଜିଏସଲଭି ଚତୁର୍ଥ ଦଫା କାର୍ଯ୍ୟକ୍ରମ ଦ୍ୱାରା ଉପଗ୍ରହ ନାଭିଗେସନ ସେବା ପ୍ରଦାନ କରିବା ନେଇ ଉପଗ୍ରହମାନଙ୍କର ଉତକ୍ଷେପଣ ଆବଶ୍ୟକତା, ଭାରତୀୟ ମନୁଷ୍ୟ ମହାକାଶଚାରୀ କାର୍ଯ୍ୟକ୍ରମ ଏବଂ ପରବର୍ତ୍ତୀ ମଙ୍ଗଳ ଗ୍ରହ ମିଶନ ପାଇଁ ତଥ୍ୟ ରିଲେ ଯୋଗାଯୋଗ ସୁବିଧା ମିଳିପାରିବ । ଭାରତୀୟ ଉଦ୍ୟୋଗ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବା ମଧ୍ୟ ଏହା ଦ୍ୱାରା ନିଶ୍ଚିତ ହୋଇପାରିବ ।

ଜିଏସଏଲଭିର କାର୍ୟ୍ୟକାରିତା ଦେଶକୁ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଏବଂ ପାଣିପାଗର ସୂଚନା ପ୍ରଦାନ କରୁଥିବା ଦୁଇଟନ ଓଜନର ଉପଗ୍ରହ ଉତକ୍ଷେପଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ସାମର୍ଥ୍ୟ ପ୍ରଦାନ କରିଛି । ଜିଏସଏଲଭି ଚାଲୁରହିବା କାର୍ଯ୍ୟକ୍ରମ ଜାତୀୟ ଆବଶ୍ୟକତା ପାଇଁ ନୂତନ ପିଢ଼ିର ନାଭିଗେସନ ଉପଗ୍ରହ, ଡାଟା ରିଲେ ଯୋଗାଯୋଗ ଉପଗ୍ରହ ଏବଂ ଇଣ୍ଟରପ୍ଲାନେଟାରୀ ମିଶନ ଇତ୍ୟାଦି ସହିତ ଏହିପରି ଉପଗ୍ରହ ଉତକ୍ଷେପଣ କରିବାରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ସହିତ ଏହାର ସାମର୍ଥ୍ୟକୁ ବୃଦ୍ଧି କରିବ ।

ସମ୍ବନ୍ଧିତ ଖବର