ଆସନ୍ତା ଡିସେମ୍ବରଠାରୁ ଡ୍ରୋନ ଚଳାଇବା ଲାଗି ଲାଇସେନ୍ସ ମିଳିବ, ଯୋଗ୍ୟତା ୧୦ମ ପାଶ

ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର ମାସରୁ ଆମ ଦେଶରେ ଡ୍ରୋନ ଗୁଡ଼ିକର ବ୍ୟବସାୟିକ ଚଳାଚଳକୁ ଅନୁମତି ଦିଆଯିବ । ତେବେ ଏଥିପାଇଁ କେତେକ ସର୍ତ୍ତ ରଖାଯାଇଛି । କିନ୍ତୁ ଆପଣ ଯଦି ଭାବୁଛନ୍ତି ଯେ ଖୁବ ଶୀଘ୍ର ଆପଣ ଇ-କମର୍ସ ସାଇଟରୁ ନିଜ ମନପସନ୍ଦର ସାମଗ୍ରୀ ମଗାଇବେ, ତେବେ ଆପଣଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ହୋଇଥିବା ଡ୍ରୋନ ନୀତିରେ ଏ ସଂପର୍କରେ କୁହାଯାଇଛି । ଓଜନ ଅନୁସାରେ ଡ୍ରୋନ ଗୁଡିକର ୫ଟି ଶ୍ରେଣୀ ବିଭାଗ କରାଯାଇଛି । ଏହା ୨୫୦ ଗ୍ରାମ ବିଶିଷ୍ଟ ଛୋଟ ଡ୍ରୋନଠାରୁ ଆରମ୍ଭ କରି ୧୫୦ କିଲୋଗ୍ରାମ ଓଜନ ବିଶିଷ୍ଟ ଡ୍ରୋନ ପର୍ଯ୍ୟନ୍ତ ରହିଛି । ବ୍ୟବସାୟିକ ଭିତ୍ତିରେ ଡ୍ରୋନ ଚଳାଇବାକୁ ଜଣକୁ ଲାଇସେନ୍ସ ହାସଲ କରିବାକୁ ହେବ । ଏଥିପାଇଁ ପ୍ରାର୍ଥୀ ୧୦ ମ ପାଶ କରିଥିବା ଆବଶ୍ୟକ ଓ ଇଂରାଜୀରେ ତାଙ୍କର ଜ୍ଞାନ ଥିବା ଆବଶ୍ୟକ ।

ସମ୍ବନ୍ଧିତ ଖବର