ହଠାତ ସଂକ୍ରମଣ ବଢିବା ପଛରେ ରହିଛି ଜନସାଧାରଣଙ୍କ ସମର୍ଥନର ଅଭାବ, ୨୪ଘଣ୍ଟାରେ ଗଲାଣି ୩ଜଣଙ୍କ ଜୀବନ, ୨୨୦ରୁ ଅଧିକ ନୂତନ ସଂକ୍ରମଣ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତରେ ଗତ ୨୪ଘଣ୍ଟା ମଧ୍ୟରେ ୨୨୦ରୁ ଅଧିକ ନୂତନ କରୋନାଭାଇରସ ସଂକ୍ରମଣ ଚିହ୍ନଟ କରାଯାଇଛି ଏବଂ ଏ ନେଇ ଜନସାଧାରଣଙ୍କ ସହଯୋଗର ଅଭାବକୁ ମଙ୍ଗଳବାର ଦାୟୀ କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏଭଳି ହଠାତ ସଂକ୍ରମଣ ବଢିବା ପଛରେ ଜନସାଧାରଣଙ୍କ ସମର୍ଥନ ଅଭାବ ଏବଂ ଠିକ୍ ସମୟରେ କର୍ତ୍ତୃପକ୍ଷଙ୍କୁ ଜଣାଇବାରେ ବିଫଳ ହେବା ପ୍ରଥମ କାରଣ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି। ଏହା ସହ ଲୋକଙ୍କୁ ଭୂତାଣୁର ସମ୍ଭାବ୍ୟ ବିସ୍ତାର ବିଷୟରେ ଚେତାବନୀ ଦିଆଯାଉ ନ ଥିବାରୁ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢୁଥିବା ସେ କହିଛନ୍ତି |

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ, କୋଭିଡ -୧୯ ବିରୋଧରେ ସଂଗ୍ରାମର ସଫଳତା ଜନସାଧାରଣଙ୍କ ସାହାଯ୍ୟ ଉପରେ ନିର୍ଭର କରେ। ଲୋକଙ୍କ ସହାୟତା ବିନା ଆମେ ଏହାକୁ ହରାଇ ପାରିବା ନାହିଁ | ଗତ ୨୪ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟରେ ତିନୋଟି ନୂତନ ମୃତ୍ୟୁ ଘଟିଥିବା ବେଳେ ମୋଟ ୩୨ଜଣଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ଲୋକମାନେ ସତର୍କ ନହେଲେ ଏହି ସଂଖ୍ୟା ବଢିଚାଲିବ ବୋଲି ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ |

Joint Secretary Luv Agarwal Archives - Hindi News: हिन्दी ...
Loksatya

ମେଡିକାଲ ରିସର୍ଚ୍ଚ ସଂସ୍ଥା ଆଇସିଏମଆରରେ କାର୍ଯ୍ୟରତ ଆର ଗଙ୍ଗାଖେଦକର କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ସର୍ବମୋଟ ୪୨,୭୦୦ ଲୋକନଙ୍କର ସ୍ୱାବ ନମୁନା ପରୀକ୍ଷା କରାଯାଇଥିବା ବେଳେ କେବଳ ସୋମବାର ଦିନ ୪,୩୦୦ରୁ ଅଧିକ ଲୋକଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇଛି | ଡାକ୍ତରୀ ବୃତ୍ତିଗତଙ୍କ ସୁରକ୍ଷାରେ ମଧ୍ୟ ଅଭାବ ଦେଖିବାକୁ ମିଳୁଛି | କିଛି ଡାକ୍ତର କହିଛନ୍ତି ଯେ, ସେମାନଙ୍କୁ ରେନକୋଟ୍ ପରି ବିକଳ୍ପ ବ୍ୟବହାର କରିବାକୁ ପଡୁଛି | ଏ ଖବର ସାମ୍ନାକୁ ଆସିବା ପରେ ଉପଲବ୍ଧତା ନିଶ୍ଚିତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ସମ୍ବନ୍ଧିତ ଖବର