ହାଇକୋର୍ଟ ବିଚାରପତି ପାଇଁ ଆସିଥିବା ୫୦% ପ୍ରାର୍ଥୀଙ୍କ ଉପରେ ସନ୍ଦେହ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ: ହାଇକୋର୍ଟମାନଙ୍କରେ ବିଚାପତି ଭାବେ ନିଯୁକ୍ତି ପାଇବାକୁ ସୁପାରିସ କରାଯାଇଥିବା ୧୨୬ ନାଁ’ରୁ ସରକାର ୫୦% ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ସେମାନଙ୍କ ଆୟ ଠାରୁ ଆରମ୍ଭ କରି ସର୍ବନିମ୍ନ ସାଧୁତା ଓ ସାମର୍ଥ୍ୟ ଉପରେ ଯାଞ୍ଚ କରାଯିବା ପରେ ଏକଥା ଜଣାପଡ଼ିଛି।

ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ ଏବଂ କ୍ରେଡେନ୍‌ସିଆଲ୍‌ ଅଫ୍‌ ଆଡ୍‌ଭୋକେଟ୍‌ସ୍‌ଙ୍କ ଦ୍ୱାରା ବିଚାରପତି ପାଇଁ ସୁପାରିସ କରାଯାଇଥିବା ପ୍ରାର୍ଥୀମାନଙ୍କର ପୃଷ୍ଠଭୂମିକୁ ଗତ ତିନି ଚାରି ମାସ ଧରି ତନ୍ନ ତନ୍ନ କରି ଯାଞ୍ଚ କରାଯିବା ପରେ ଫଳାଫଳ ସୁପ୍ରିମ୍‌ କୋର୍ଟ କଲେଜିୟମ୍‌ଙ୍କୁ ଅବଗତ କଯାଇଥିଲା। ହାଇକୋର୍ଟ କଲେଜିୟମ୍‌ ସୁପାରିସ କରିଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ମୂଲ୍ୟାୟନ କରିବା ନିମନ୍ତେ ଆଇନ ମନ୍ତ୍ରାଳୟ ଏକ ଧାରା ପ୍ରସ୍ତୁତ କରିଥିଲା।
ଅନ୍ୟୂନ ୩୦ ରୁ ୪୦ ଜଣ ପ୍ରାର୍ଥୀ ଇନ୍‌କମ୍‌ କ୍ରାଇଟେରିଆ ମଧ୍ୟ ପୂରଣ କରୁ ନାହାନ୍ତି। ହାଇକୋର୍ଟରେ ବିଚାରପତି ହେବା ନିମନ୍ତେ ଓକିଲମାନେ ବିଗତ ୫ ବର୍ଷରେ ବାର୍ଷିକ ୭ ଲକ୍ଷ ଟଙ୍କା ଲେଖାଏଁ ଆୟ କରିଥିବା ଆବଶ୍ୟକ।

ମୂଲ୍ୟାୟନ ସମୟରେ ଆଇନ କର୍ମଚାରୀମାନେ ଅନ୍ୟୂନ ୧୦୦୦ ରୁ ୧୨୦୦ ରାୟ ପଢ଼ିଥିଲେ। କେତେକ ମାମଲାରେ ଗୁଇନ୍ଦାମାନେ ବ୍ୟକ୍ତିଗତ ଓ ବୃତ୍ତିଗତ ସାଧୁତା ନ ଥିବା କଥା ଜାଣି ପାରିଥିଲେ।

ସମ୍ବନ୍ଧିତ ଖବର