ନୌସେନା ପାଇଁ ୪୫ ହଜାର କୋଟିର ୬ଟି ବୁଡାଜାହଜ ନିର୍ମାଣ କରାଯିବ, ପ୍ରକ୍ରିୟା ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ : ଭାରତୀୟ ନୌସେନା ନିମନ୍ତେ ୬ଟି ଅତ୍ୟାଧୁନିକ ବୁଡାଜାହାଜ ନିର୍ମାଣ ପାଇଁ ଭାରତ ସରକାର ଆଜି ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ ଜାରି କରିଛନ୍ତି । ଏହା ମାଧ୍ୟମରେ ଭାରତୀୟ ସହଯୋଗୀ କମ୍ପାନି ଚୟନ କରାଯିବ । ଏହି ୬ଟି ବୁଡାଜାହଜର ମୋଟ ମୂଲ୍ୟ ପ୍ରାୟ ୪୫୦୦୦ କୋଟି ଟଙ୍କା ହେବ ।

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ରଣନୈତିକ ସହଯୋଗୀତା ମଡେଲ ଅଧିନରେ ଏହା ହେଉଛି ଦ୍ୱିତୀୟ ପ୍ରକଳ୍ପ । ଏହାକୁ ଗତ ଜନୁୟାରୀ ୩୧ରେ ପ୍ରତିରକ୍ଷା କ୍ରୟ ପରିଷଦ ପକ୍ଷରୁ ମଂଜୁରୀ ଦିଆଯାଇଥିଲା । ଏହି ପ୍ରକଳ୍ପ ଦ୍ୱାରା ଭାରତରେ ପାରମ୍ପରିକ ଶ୍ରେଣୀର ବୁଡାଜାହଜ ଡିଜାଇନ ଓ ନିର୍ମାଣ କ୍ଷେତ୍ର ଅଧିକ ସୁଦୃଢ ହେବା ଆଶା କରାଯାଉଛି । ଏହା ମଧ୍ୟ ସରକାରଙ୍କ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମକୁ ସହାୟତା କରିବ । ଏହା ପୂର୍ବରୁ ୧୧୧ଟି ନାଭାର ୟୁଟିଲିଟି ହେଲିକାପ୍ଟର ଖରିଦ ପାଇଁ ଗତ ବର୍ଷ ପ୍ରତିରକ୍ଷା ମନ୍ତ୍ରାଳୟ ଇଓଆଇ ଜାରି କରିଥିଲା ।

ସମ୍ବନ୍ଧିତ ଖବର