ତିନ୍‌ ତଲାକ୍‌ ଉପରେ ଅଧ୍ୟାଦେଶ କଥା ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ: ତୁରନ୍ତ ତିନ୍‌ ତଲାକ୍‌ ନିଷିଦ୍ଧ କରିବାକୁ ଆଇନ୍‌ ପ୍ରଣୟନ ନିମନ୍ତେ ସରକାର ରାଜ୍ୟ ସଭାରେ ଯଥେଷ୍ଟ ସମର୍ଥନ ଯୋଗାଡ଼ କରିବାରେ ବିଫଳ ହେବାରୁ ଏବେ ଅଧ୍ୟାଦେଶ କଥା ବିଚାର କରୁଛନ୍ତି। ଅଧ୍ୟାଦେଶ ବଳରେ ଏହାକୁ ଅପରାଧିକ ଘୋଷଣା କରିବା ସରକାରଙ୍କର ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।

ବିକଳ୍ପ ଭାବେ ସରକାର ଅଧ୍ୟାଦେଶ ଜାରି କରି ବଜେଟ୍‌ ଅଧିବେଶନରେ ସଂସଦର ଏକ ମିଳିତ ଅଧିବେଶନ ଡାକିବେ। ସେଠାରେ ଏହି ବିଲ୍‌କୁ ଆଗତ କରି ପାରିତ କରାଇ ପାରିଲେ ଆଉ ରାଜ୍ୟସଭାର ଅନୁମୋଦନ ଲୋଡ଼ା ହେବ ନାହିଁ।

ଶୀତକାଳୀନ ଅଧିବେଶନରେ ତିନ୍‌ ତଲାକ୍‌ ବିଲ୍‌ ଲୋକସଭାରେ ଆଗତ ହୋଇ ଅନୁମୋଦନ ଲାଭ କରିଥିଲେ ମଧ୍ୟ ରାଜ୍ୟସଭାରେ ତାହା ପ୍ରଚଣ୍ଡ ବିରୋଧର ସମ୍ମୁଖୀନ ହୋଇଥିଲା।

ସମ୍ବନ୍ଧିତ ଖବର