ଚେକ୍‌ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ: ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଅର୍ଥ ପ୍ରଦାନ କ୍ଷେତ୍ରରେ ପୂର୍ବରୁ ପ୍ରଚଳିତ ଥିବା ଚେକ୍‌ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ଆଜି ସନ୍ଧ୍ୟାରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କନ୍‌ଫେଡେରେସନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି)ର ମହାସଚିବ ପ୍ରଭିନ୍‌ ଖଣ୍ଡେଲଓ୍ଵାଲ୍‌ ଗତ ସପ୍ତାହରେ କହିଥିଲେ ଯେ ବିମୁଦ୍ରାୟନ ପରେ କେନ୍ଦ୍ର ସରକାର ବିମୁଦ୍ରାୟନ ପରେ ଏବେ ନିକଟ ଭବିଷ୍ୟତରେ ଅର୍ଥ ପ୍ରଦାନ କ୍ଷେତ୍ରରେ ପୂର୍ବରୁ ପ୍ରଚଳିତ ଥିବା ଚେକ୍‌ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଯୋଜନା କରୁଛନ୍ତି। ଡିଜିଟାଲ୍‌ ଟ୍ରାନ୍‌ଜାକ୍‌ସନ୍‌ ଓ ଇ-ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେବାକୁ ଯାଉଥିବା ମଧ୍ୟ ସେ ସୂଚନା ଦେଇଥିଲେ। କନ୍‌ଫେଡେରେସନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି)ର ମହାସଚିବ ଶ୍ରୀ ଖଣ୍ଡେଲଓ୍ଵାଲ୍‌ଙ୍କ ଏପରି ବକ୍ତବ୍ୟ ଓ ଆଶଙ୍କା ପରିପ୍ରେକ୍ଷୀରେ ସାଧାରଣରେ ଏହାକୁ ନେଇ ଏକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ତେବେ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆଜି ସ୍ପଷ୍ଟ କରି ଦେଇଛନ୍ତି ଯେ ପୂର୍ବରୁ ପ୍ରଚଳିତ ଥିବା ଚେକ୍‌ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ।

ସମ୍ବନ୍ଧିତ ଖବର