ପାସପୋର୍ଟରେ ଆଉ ଠିକଣା ଲେଖା ରହିବ ନାହିଁ !

ନୂଆଦିଲ୍ଲୀ: ଭାରତ ସରକାର ପାସପୋର୍ଟ ଗୁଡ଼ିକରେ କେତେକ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି । ବିଦେଶ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଆମେ ଏବେ ଦେଖୁଥିବା ପାସ୍‌ପୋର୍ଟଗୁଡିକର ରୂପ ରଙ୍ଗ ବଦଳିଯିବ । ପୁଣି ପାସପୋର୍ଟ ଗୁଡ଼ିକୁ ଆଗକୁ ଠିକଣା ପ୍ରମାଣପତ୍ର ଭାବେ ବ୍ୟବହାର କରିହେବ ନାହିଁ । କାରଣ ନୂଆ ଧରଣର ପାସପୋର୍ଟରେ ନାଗରିକଙ୍କ ଠିକଣା ଲେଖା ରହିବ ନାହିଁ ।

ଏବେ ପ୍ରଚଳିତ ପାସପୋର୍ଟଗୁଡିକର ମଲାଟର ଠିକ୍‌ ପଛ ପୃଷ୍ଠାରେ ପାସ୍‌ପୋର୍ଟ ଧାରୀ ଭାରତୀୟ ନାଗରିକଙ୍କ ନାଁ ଓ ଫଟୋ ରହୁଛି ଓ ପାସପୋର୍ଟରେ ଶେଷ ପୃଷ୍ଠାରେ ଠିକଣା ଲେଖା ରହୁଛି । କିନ୍ତୁ ନୂଆ ଧରଣର ପାସପୋର୍ଟରେ ଶେଷପୃଷ୍ଠାରେ ଲୋକମାନଙ୍କର ଠିକଣା ଲେଖା ରହିବ ନାହିଁ ଓ ଏହା ସମ୍ଭବତଃ ଖାଲି ରହିବ । କାରଣ ପାସପୋର୍ଟରେ ବ୍ୟକ୍ତିର ଠିକଣା ଓ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ଦେବାର ଆଜିକାଲି କୌଣସି ଆବଶ୍ୟକତା ନାହିଁ । ପାସପୋର୍ଟରେ ଏବେ ବାରକୋର୍ଡ ରହୁଥିବାରୁ ବିଦେଶ ବିଭାଗ, ସୁରକ୍ଷା ଏଜେନ୍ସି ମାନେ ଏହି ବାରକୋର୍ଡ ରିଡ୍‌ କରି ଆବଶ୍ୟକ ତଥ୍ୟ ପାଇପାରୁଛନ୍ତି ।

ଅନ୍ୟପକ୍ଷରେ ପାସପୋର୍ଟଗୁଡିକର ରଙ୍ଗରେ ମଧ୍ୟ ପରିବର୍ତ୍ତନ ଅଣାଯାଇପାରେ । ଏବେ ପ୍ରଚଳତ ପାସପୋର୍ଟଗୁଡ଼ିକ ୩ଟି ରଙ୍ଗରେ ଉପଲବ୍ଧ । ବିଦେଶକୁ ସରକାରୀ କାମରେ ଯାଉଥିବା ସରକାରୀ ଅଧିକାରୀମାନଙ୍କ ପାସପୋର୍ଟ ରଂଗ ଧଳା, କୂଟନିତିଜ୍ଞମାନଙ୍କ ପାସପୋର୍ଟ ରଂଗ ଲାଲ୍‌ ଓ ଅନ୍ୟମାନଙ୍କୁ ନୀଳ ରଂଗର ପାସପୋର୍ଟ ଇସ୍ୟୁ କରାଯାଉଛି । ନୂଆ ପ୍ରସ୍ତାବ ଅନୁସାରେ ଇମିଗ୍ରେସନ ଯାଞ୍ଚ ଆବଶ୍ୟକ କରୁଥିବା ପାସପୋର୍ଟର ରଂଗ କମଳା ରଂଗ କରାଯିବାକୁ ଚିନ୍ତା କରାଯାଉଛି ।

ସମ୍ବନ୍ଧିତ ଖବର