ସେନା ପାଇଁ ଟଙ୍କା ନାହିଁ ? ସାମରିକ ସେବା ଭତ୍ତା ବଢାଇବାକୁ ସେନାର ଦାବିକୁ କେନ୍ଦ୍ରର ଅଗ୍ରାହ୍ୟ

ନୂଆଦିଲ୍ଲୀ : ମିଲିଟାରୀ ସର୍ଭିସ ପେ ବଢାଇବାକୁ ସେନାର ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । କେନ୍ଦ୍ରର ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୧ ଲକ୍ଷ ସେନା କର୍ମଚାରୀ ପ୍ରଭାବିତ ହେବେ । ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସେନା ପୁଣି ଅପିଲ କରିବାକୁ ନିଷ୍ପତ୍ତି ନେଇଛି ।

ସେନାର ଯବାନ, ଅଫିସର ମାନଙ୍କୁ ଦରମା ବ୍ୟତୀତ ଏକ ମିଲିଟାରୀ ସର୍ଭିସ ପେ (ସାମରିକ ସେବା ଭତ୍ତା) ପ୍ରଦାନ କରାଯାଇଥାଏ । ସେନାର କର୍ମଚାରୀମାନେ ନିଜର ସେବା ପ୍ରଦାନ ବେଳେ ଯେଉଁ ପ୍ରକାରର କଠିନ ପରିସ୍ଥିତିର ସାମନା କରନ୍ତି ତାହା ସହ ଅନ୍ୟ କ୍ଷେତ୍ରର ସରକାରୀ କର୍ମଚାରୀଙ୍କ ସେବାକୁ ତୁଳନା କରାଯାଇପାରିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ଏହି ମିଲିଟାରୀ ସର୍ଭିସ ପେ ବା ଏମଏସପି ର ବ୍ୟବସ୍ଥା କରାଯାଇଛି । ସେନାରେ ଅଫିସରମାନେ ଯେଉଁ ହାରରେ ଏମଏସପି ପାଆନ୍ତି ଜେସିଓ ଓ ଯବାନମାନେ ତାଠାରୁ କମ ପାଆନ୍ତି । ଏହାକୁ ବଢାଇବା ପାଇଁ ସେନା ଦାବି କରୁଥିଲା । କିନ୍ତୁ ସରକାରଙ୍କ ନାସ୍ତିବାଣୀ ପରେ ପ୍ରାୟ ୮୭୬୪୬ ଜେସିଓ ( ଜୁନିୟର କମିଶନଡ ଅଫିସର) ଓ ନୌସେନା ଓ ବାୟୁସେନାର ପ୍ରାୟ ୨୫୪୩୪ କର୍ମଚାରୀ ପ୍ରଭାବିତ ହେବେ ।

ସମ୍ବନ୍ଧିତ ଖବର