ଜମ୍ମୁ ଓ କଶ୍ମୀର : ୨ ମାସ ପରେ ଖଲାସ ହେଲେ କଶ୍ମୀରର ୩ ରାଜନେତା

ଶ୍ରୀନଗର : ଜମ୍ମୁ ଓ କଶ୍ମୀର ପ୍ରଶାସନ ଆଜି କଶ୍ମୀରର ୩ ଜଣ ରାଜନୈତିକ ନେତାଙ୍କୁ ଗୃହବନ୍ଦୀରୁ ମୁକ୍ତ କରିଛନ୍ତି । ଏହି ୩ ଜଣ ହେଲେ ୟବାର ମିର, ନୁର ମହମ୍ମଦ ଓ ସୋଏବ ଲୋନ । ସେମାନଙ୍କୁ ଗତ ଅଗଷ୍ଟ ୫ରୁ ଗୃହବନ୍ଦୀ କରି ରଖାଯାଇଥିଲା । ଏକ ସର୍ତ୍ତପତ୍ର ବା ବଣ୍ଡରେ ସ୍ୱାକ୍ଷର କରିବାପରେ ସେମାନଙ୍କୁ ମୁକ୍ତ କରାଯାଇଛି ।

ୟବାର ମିର କଶ୍ମୀରର ରଫିବାବାଦ ଆସନରୁ ପିଡିପିର ଜଣେ ପୂର୍ବତନ ବିଧାୟକ ହୋଇଥିବାବେଳେ ସୋଏବ ଲୋନ କଂଗ୍ରେସ ଟିକଟରୁ ଉତ୍ତର କଶ୍ମୀରରୁ ଛିଡା ହୋଇଥିଲେ । ତାଙ୍କର ପିପୁଲ୍ସ କନଫରେନ୍ସ ମୁଖ୍ୟ ସଜ୍ଜାଦ ଲୋନଙ୍କ ସହ ଘନିଷ୍ଠ ସଂପର୍କ ରହିଛି । ସେହିପରି ନୁର ମହମ୍ମଦ ନ୍ୟାସନାଲ କନଫରେନ୍ସର ଜଣେ ବରିଷ୍ଠ କର୍ମୀ । ଏମାନେ ସମସ୍ତେ ଶାନ୍ତି ରକ୍ଷା ଓ ଉତ୍ତମ ଆଚରଣ ପାଇଁ ସରକାରଙ୍କୁ ପ୍ରତିଶ୍ରୁତି ଦେଇ ଖଲାସ ହୋଇଛନ୍ତି । ସରକାର ପୂର୍ବରୁ ସେପ୍ଟେମ୍ବର ୨୧ରେ ଆଉ ଦୁଇଜଣ ନେତା ଇମ୍ରାନ ଅନସାରୀ ଓ ସୟଦ ଅଖୁନଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ଖଲାସ କରିଥିଲେ ।

ସମ୍ବନ୍ଧିତ ଖବର