ଶ୍ରୀନଗର : ଧାରା ୩୭୦ ଉଠିବା ପରେ ଜମ୍ମୁ ଓ କଶ୍ମୀରର ସ୍ଥିତି ପରଖିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଯାଇଥିବା ବିରୋଧୀଦଳ ପ୍ରତିନିଧିମଣ୍ଡଳୀକୁ ଆଜି ହଟହଟା ହେବାକୁ ପଡିଛି । ଶ୍ରୀନଗର ଏୟାରପୋର୍ଟରୁ ହିଁ ସେମାନଙ୍କୁ ଫେରାଇ ଦେଇଛି ଜମ୍ମୁ ଓ କଶ୍ମୀର ପ୍ରଶାସନ । ସୁରକ୍ଷା କାରଣରୁ ସେମାନଙ୍କୁ ଫେରାଇ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପ୍ରତିନିଧିମଣ୍ଡଳୀରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ସିପିଆଇର ଡି.ରାଜା,ସିପିଏମର ସୀତାରାମ ୟେଚୁରୀ, ଏନସିପିର ମାଜିଦ ମେମନ ଓ ଆରଜେଡିର ମନୋଜ ଝାଙ୍କ ସମେତ ମୋଟ ୧୧ ଜଣ ବିରୋଧୀଦଳ ନେତା ସାମିଲ ଥିଲେ । ଏହା ପୂର୍ବରୁ ଜମ୍ମୁ ଓ କଶ୍ମୀର ପ୍ରଶାସନ ସେମାନଙ୍କୁ ରାଜ୍ୟ ଭ୍ରମଣରେ ଯିବାପାଇଁ ବାରଣ କରଥିଲା । କିନ୍ତୁ ସେମାନେ ତାହାକୁ ନମାନି ଶ୍ରୀନଗର ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଶାସନ ସେମାନଙ୍କୁ ଅଟକ ରଖାଯିବା ସହ ଗଣମାଧ୍ୟମ କର୍ମୀମାନଙ୍କୁ ଭେଟିବାକୁ ଦେଇନଥିଲା । ଜମ୍ମୁ ଓ କଶ୍ମୀର ପ୍ରଶାସନ ପକ୍ଷରୁ କୁହାଯାଇଛି ରାଜ୍ୟରେ ଧୀରେ ଧାରେ ସ୍ୱାଭାବିକ ଅବସ୍ଥା ଫେବୁଛି ।