ଓଲା ଓ ଉବେର ମନଇଚ୍ଛା ବଢାଉଥିବା ମୂଲ୍ୟକୁ ସମୀକ୍ଷା କରିବେ ସରକାର

ନୂଆଦିଲ୍ଲୀ: ଓଲା ଓ ଉବେର ଭଳି ଟ୍ୟାକ୍ସି କମ୍ପାନୀ ଲୋକଙ୍କ ଚାହିଦା ହିସାବରେ ମୂଲ୍ୟ ବୃଦ୍ଧି କରୁଛନ୍ତି | ଯାହାକୁ ନେଇ ବିରୋଧ ପ୍ରକାଶ ପାଇବା ପରେ କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ବାବଦରେ ବିଚାର କରାଯାଉଛି | ସର୍ଜ ପ୍ରାଇସିଂ ନାମରେ ମନଇଚ୍ଛା ମୂଲ୍ୟ ବୃଦ୍ଧି କରାଯାଉଥିବା ନେଇ ଗତ ମାସ ସ୍ବଦେଶୀ ଜାଗରଣ ମଞ୍ଚ ଆପତ୍ତି ଉଠାଇଥିଲା | ମଞ୍ଚ ପକ୍ଷରୁ କୁହାଯାଇଥିଲା ମନ ଇଚ୍ଛା ଏହି ଭଡା ବୃଦ୍ଧି ବାବଦରେ ସଡକ ଓ ପରିବହନ ମନ୍ତ୍ରାଳୟ ପଦକ୍ଷେପ ନେବା ଆବଶ୍ୟକ |

indiatimes.com

ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ କୁହାଯାଇଥିଲା ଯେ ଓଲା ଓ ଉବେର ସୁବିଧାଜନକ ଟ୍ୟାକ୍ସି ସେବା ଯୋଗାଇଦେବାକୁ ୨୦୧୪-୧୫ ମସିହାରେ ସେବା ଆରମ୍ଭ କରିଥିଲେ | କିନ୍ତୁ ଏବେ ସର୍ଜ ପ୍ରାଇସିଂ ନାମରେ ମନଇଚ୍ଛା ଟଙ୍କା ଆଦାୟ କରିବାକୁ ଯୋଜନା କରୁଛନ୍ତି | ଏଠାରେ ସୂଚନା ଥାଉ କି ସୁଲଭ ମୂଲ୍ୟରେ ଲୋକମାନଙ୍କୁ ଗମନାଗମନ ସୁବିଧା ପ୍ରଦାନ କରୁଥିବା ଓଲା ଓ ଉବର୍‌ ଭଳି ସଂସ୍ଥା ନିଜର ଆକର୍ଷଣ ହରାଇଲେଣି। ସେମାନଙ୍କ ଲୋକପ୍ରିୟତା ମଳିନ ପଡ଼ିବାରେ ଲାଗିଛି।

ପୂର୍ବରୁ ଯେଉଁ ହାରରେ ଏହି ସେବା ହାସଲ କରିବାକୁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ରହୁଥିଲା, ଏବେ ତାହା ବହୁତ କମିଗଲାଣି । ମୋବାଇଲ୍ ଆପ୍ ଭିତ୍ତିକ ଗମନାଗମନ ସେବାରେ ୨୦୧୬ରେ ୯୦% ବୃଦ୍ଧି ହୋଇଥିବା ବେଳେ ୨୦୧୭ରେ ସେହି ହାର ୫୭%କୁ ଖସିଯାଇଥିଲା ଏବଂ ୨୦୧୮ରେ ତାହା ୨୦% ସ୍ତରକୁ ଖସିଗଲା। ୨୦୧୯ର ପ୍ରଥମ ଛଅ ମାସରେ ଅଭିବୃଦ୍ଧି ହାର ମାତ୍ର ୪% ରହିଛି।

ସମ୍ବନ୍ଧିତ ଖବର