୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଘର : ୨ ବର୍ଷ ପୂର୍ବରୁ ଲକ୍ଷ୍ୟ ହାସଲ କରିବାକୁ ସରକାରଙ୍କ ଦୃଢୋକ୍ତି

ନୂଆଦିଲ୍ଲୀ : ସରକାର ୨୦୨୨ ସୁଦ୍ଧା ଦେଶର ସମସ୍ତଙ୍କୁ  ପକ୍କାଘର ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ସରକାର ୨ ବର୍ଷ ପୂର୍ବରୁ ଅର୍ଥାତ ୨୦୨୦ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିନେବେ ବୋଲି କେନ୍ଦ୍ର  ନଗର ଉନ୍ନୟନ ଓ ଗୃହନିର୍ମାଣ ମନ୍ତ୍ରୀ ହରିଦୀପ ସିଂ ପୁରୀ କହିଛନ୍ତି । ଏଠାରେ ଅନୁଷ୍ଠିତ ଜାତୀୟ ରିଅଲ ଇଷ୍ଟେଟ ଡେଭଲପମେଣ୍ଟ କାଉନସିଲ (ନାରେଡକୋ)ର ଏକ ଅଧିବେଶନରେ ଯୋଗ ଦେଇ ସେ କହିଛନ୍ତି ଯେ ଧାର୍ଯ୍ୟ ସମୟ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ସବୁ ଅଂଶୀଦାରଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ।

୨୦୨୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଘର ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨୦୧୫ରେ ମୋଦି ସରକାର ଆରମ୍ଭ କରିଥିଲେ । ଗ୍ରାମୀଣ ସ୍ତରରେ କେନ୍ଦ୍ର  ଗ୍ରାମୀଣ  ବିକାଶ ମନ୍ତ୍ରାଳୟ ଓ ସହରାଞ୍ଚଳରେ ସହରାଞ୍ଚଳ ବ୍ୟାପାର ଓ ଗୃହନିର୍ମାଣ ମନ୍ତ୍ରାଳୟ ଏହାକୁ କାର୍ଯ୍ୟକାରୀ କରୁଛନ୍ତି ।  ଏହି ଯୋଜନାରେ ଗ୍ରାମାଞ୍ଚଳରେ ଚଳିତ ଆର୍ଥିକ ବର୍ଷରେ ୬୦ ଲକ୍ଷ ଗୃହ ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

ସମ୍ବନ୍ଧିତ ଖବର