ମୁମ୍ବାଇରେ ଥିବା ଜିନ୍ନାଙ୍କ କୋଠାକୁ  ନିଜ ଅଧିକାରକୁ ନେଇଯାଇଛନ୍ତି ଭାରତ ସରକାର

ମୁମ୍ବାଇ : ଦକ୍ଷିଣ ମୁମ୍ବାଇରେ ଥିବା ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ବାସଭବନକୁ ସରକାର ନିଜ ଅଧିନକୁ ନେଇଯାଇଛନ୍ତି ଓ ଏହାକୁ ନିଲାମ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର କହିଛନ୍ତି । ସେ କହିଛନ୍ତି ଯେ ଦକ୍ଷିଣ ମୁମ୍ବାଇର ସମୁଦ୍ରକୂଳରେ ଥିବା ଏହି କୋଠା ଏନିମି ପ୍ରପର୍ଟି ଆକ୍ଟ ଅଧିନରେ ଆସୁନାହିଁ, ଏହା ୧୯୫୦ର ଇଭାକ୍ୱି ପ୍ରପର୍ଟି ଆକ୍ଟ ଅଧିନରେ ଆସୁଛି । ଏଣୁ ଏହାକୁ ନିଲାମ କରିବାର ପ୍ରଶ୍ନ ଉଠୁନାହିଁ । ଇଭାକ୍ୱି ପ୍ରପର୍ଟିର ଅର୍ଥ ହେଉଛି ଯେଉଁ ବ୍ୟକ୍ତି ନିଜ ଇଚ୍ଛାରେ ନିଜ ସଂପତ୍ତିକୁ ତ୍ୟାଗ କରିଚାଲିଯାଆନ୍ତି । ଏହି ଆଇନ ଅନୁସାରେ ସରକାର ସଂପୃକ୍ତ ସଂପତ୍ତିକୁ ନିଜ ଅଧିନକୁ ନେଇଯାଆନ୍ତି ।

ସୂଚନାଯୋଗ୍ୟ ଯେ ପାକିସ୍ତାନ ପ୍ରତିଷ୍ଠା ହେବା ପୂର୍ବରୁ ଜିନ୍ନା ମୁମ୍ବାଇ (ପୂର୍ବର ବମ୍ବେ)ରେ ଥିବା ଏହି ଘରେ ରହୁଥିଲେ ।  ଏହି କୋଠିକୁ ସେ ନିଜେ ତିଆରି କରିଥିଲେ । କେତେକଙ୍କ ମତରେ ପାକିସ୍ତାନ ପ୍ରତିଷ୍ଠାର କିଛି ବର୍ଷ ପରେ ସେ ଭାରତ ଫେରିଆସି ଏହି କୋଠାରେ ରହିବାକୁ ଚାହୁଁଥିଲେ । କିନ୍ତୁ ଉଭୟ ଦେଶ ମଧ୍ୟରେ ଶତ୍ରୁତା ଯୋଗୁଁ ତାହା ସମ୍ଭବ ହେଲା ନାହିଁ । ପାକିସ୍ତାନ ମଧ୍ୟ ଏହି କୋଠାରେ ମାଲିକାନା ଭାରତ ସରକାରଙ୍କଠାରୁ ଦାବି କରୁଛି । ତେବେ ଭାରତ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।

ସମ୍ବନ୍ଧିତ ଖବର