ଅନ୍ତରୀଣ ବଜେଟ୍‌: ଗ୍ରାଚୁଇଟି ସୀମା ୩୦ ଲକ୍ଷ ଟଙ୍କା; ଶ୍ରମିକଙ୍କୁ ମାସିକ ୩୦୦୦ ଟଙ୍କା ପେନ୍‌ସନ୍‌

ନୂଆଦିଲ୍ଲୀ:କର୍ମଚାରୀଙ୍କ  ଗ୍ରାଚୁଇଟି ସୀମା ୧୦ ଲକ୍ଷ ଟଙ୍କାରୁ ବଢ଼ି ୩୦ ଲକ୍ଷ ଟଙ୍କା କରାଗଲା ବୋଲି ଶୁକ୍ରବାର ଦିନ ୨୦୧୯ ଅନ୍ତରୀଣ ବଜେଟ୍‌ ଅଭିଭାଷଣରେ ମନ୍ତ୍ରୀ ପୀୟୂଷ ଗୋୟଲ ଘୋଷଣା କରିଛନ୍ତି।

‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ’ ନାମକ ବିଶାଳ ପେନ୍‌ସନ୍‌ ଯୋଜନା ଦ୍ୱାରା ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ପେନ୍‌ସନ୍‌ ସୁନିଶ୍ଚିତ ମିଳିବ। ଏଥିପାଇଁ ସେମାନଙ୍କୁ ମାସିକ ୧୦୦ ଟଙ୍କା ଦେବାକୁ ପଡ଼ିବ।
ଅସଂଗଠିତ କ୍ଷେତ୍ର ଲାଗି ପାଞ୍ଚ ବର୍ଷ ମଧ୍ୟରେ ଏହା ହେଉଛି ବିଶ୍ୱରେ ସର୍ବବୃହତ୍‌ ପେନ୍‌ସନ୍‌ ଯୋଜନା। ଏହି କ୍ଷେତ୍ରରେ ୧୦ କୋଟି ଶ୍ରମିକ ଉପକୃତ ହେଉଛନ୍ତି।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୭୫% ହେଉଛନ୍ତି ମହିଳା। ପ୍ରଧାନମନ୍ତ୍ରୀ ମାତୃତ୍ୱ ଯୋଜନାରେ ମହିଳାମାନଙ୍କୁ ୨୬ ସପ୍ତାହ ମାତୃତ୍ୱକାଳୀନ ଛୁଟି ମିଳୁଛି।

ସୁଦ୍ଧ ଇନ୍ଧନ ଓ ସ୍ୱାସ୍ଥ୍ୟ ଲାଗି ଗ୍ରାମୀଣ ପରିବାରଗୁଡ଼ିକୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮ କୋଟି ମାଗଣା ଏଲ୍‌ପିଜି ସଂଯୋଗ ଦିଆଯିବ। ଏ ପର୍ଯ୍ୟନ୍ତ ୬ କୋଟି ସଂଯୋଗ ଦିଆ ଗଲାଣି।

ସମ୍ବନ୍ଧିତ ଖବର