ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲା:୨ଜଣଙ୍କୁ ଆଜୀବନ ଜେଲ୍‌

ଅହମ୍ମଦାବାଦ୍‌: ୨୦୦୨ ମସିହାର ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାରେ ଆଜି ଏକ ସ୍ୱତନ୍ତ୍ର ଏସ୍‌ଆଇଟି କୋର୍ଟ ୨ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନ୍ୟ ୩ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଏଚ୍‌ସି ଭୋରା ଅଭିଯୁକ୍ତ ଫାରୁକ୍‌ ଭାନା ଏବଂ ଇମ୍ରାନ୍‌ ଶେରୁଙ୍କୁ ଏହି ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାରେ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବରୁ ଏହି ସ୍ୱତନ୍ତ୍ର ଏସ୍‌ଆଇଟି କୋର୍ଟ ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାରେ ୨୦୧୧ ମସିହା ମାର୍ଚ୍ଚ ୧ରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୧୧ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର