ଗୁଜୁରାଟର ଏହି ଗାଁରେ ନିଶ୍ୱାସ ଆଘ୍ରାଣ କରି କରି ଖୋଜା ଯାଉଛି ବର! ଏଭଳି କରିବା ପଛରେ ରହିଛି ବଡ଼ କାରଣ

ଗାନ୍ଧୀନଗର : ଗୁଜୁରାଟର ଏକ ଗାଁରେ ଏକ ଅଜବ ପରମ୍ପରା ଥିବା ସାମ୍ନାକୁ ଆସିଛି । ଗାଁରେ ଲୋକେ ଆଘ୍ରାଣ କରି ନିଜ ଝିଅ ପାଇଁ ବର ଖୋଜିଥାନ୍ତି । ବିବାହ ପୂର୍ବରୁ କନ୍ୟାପକ୍ଷରୁ ୨୫ଜଣ ସଦସ୍ୟ ଯାଇ ବର ଓ ତାଙ୍କ ପରିବାର ସଦସ୍ୟଙ୍କ ନିଶ୍ୱାସକୁ ଆଘ୍ରାଣ କରିଥାନ୍ତି । ଯଦି ସେମାନଙ୍କ ମଧ୍ୟରୁ କେହି ବି ମଦ ପିଇଥିବାର ସାମ୍ନାକୁ ଆସେ, ତେବେ ବିବାହର ରୀତିନୀତି ତୁରନ୍ତ ରୋକି ଦିଆଯାଇଥାଏ । ଏହା ସହ ବରପକ୍ଷରୁ କ୍ଷତିପୂରଣ ଆଦାୟ କରାଯାଇଥାଏ । ମଦ୍ୟପାନ ରୋକିବା ପାଇଁ ଗୁଜୁରାଟର ଗାନ୍ଧୀନଗର ନିକଟରେ ଥିବା ପିୟାଜ ଗାଁର ଲୋକେ ଏଭଳି ବାଟ ଆପଣାଉଥିବା ଜଣାପଡ଼ିଛି ।

Image result for marriage
India Today

ପିୟାଜ ଗାଁର ଲୋକେ ବିବାହ ସ୍ଥିର ହେବା ସମୟରେ ଏବଂ ବରଯାତ୍ରୀ ଆସୁଥିବା ସମୟରେ ବରପକ୍ଷର ନିଶ୍ୱାସ ପରୀକ୍ଷା କରିଥାନ୍ତି । ଯଦି କେହି ମଦ ପିଇଥିବାର ସାମ୍ନାକୁ ଆସେ ତେବେ ତୁରନ୍ତ ବିବାହକୁ ରୋକି ଦିଆଯାଏ । ବିବାହ ଭାଙ୍ଗିବା ପରେ ବରପକ୍ଷ କନ୍ୟାପକ୍ଷକୁ ୧ଲକ୍ଷଟଙ୍କାର କ୍ଷତିପୂରଣ ଦେଇଥାନ୍ତି । ୪ବର୍ଷ ତଳେ ମଦ ପାଇଁ ଗାଁର ୨୦ବର୍ଷରୁ କମ ୧୫ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା, ଯାହା ପରଠାରୁ ଗାଁରେ ଏଭଳି ପ୍ରଥା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର