ଜିଏସ୍‌ଟିକୁ ‘ଗବର୍‌ ସିଂ ଟ୍ୟାକ୍ସ’ କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଳୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ଗୁଜୁରାଟର ଗାନ୍ଧୀ ନଗରଠାରେ ଆୟୋଜିତ ହୋଇଥିବା ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି ଜିଏସ୍‌ଟିକୁ ‘ଗବର୍‌ ସିଂ ଟ୍ୟାକ୍ସ’ ବୋଲି କହିଛନ୍ତି। ଯାହାକି କ୍ଷୁଦ୍ର ବ୍ୟବସାୟୀଙ୍କୁ ବିଶେଷ ଭାବେ ପ୍ରଭାବିତ କରୁଛି। ଗାନ୍ଧି ନଗରରେ ହେଉଥିବା ନବସର୍ଜନ ଜନଦେଶ ମହାସମ୍ମେଲନ ରାଲିରେ ରାହୁଲ ଏପରି ମନ୍ତବ୍ୟ ଦେଇଛନ୍ତି। ରାହୁଲ ଆହୁରି ବି ପ୍ରଶ୍ନ ଉଠାଇଛନ୍ତି ଯେ ଦେଶର ଚାଷୀମାନଙ୍କୁ ଯେତେବେଳେ ଋଣ ବାବଦରେ ସାମାନ୍ୟ କୋହଳ କରାଯାଇ ନାହିଁ ମାତ୍ର ସେଠାରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ମାମଲା ନେଇ ସରକାର କାହିଁକି ନୀରବ? ୧୭ଟି ବ୍ୟାଙ୍କ୍‌ରୁ ସମୁଦାୟ ୯,୦୦୦ କୋଟି ଟଙ୍କା ଋଣ ନେଇ ମାଲ୍ୟ ଆତ୍ମଗୋପନ ରଖିଥିବା ବେଳେ ସରକାର କାହିଁକି ସକ୍ରିୟତା ପ୍ରଦର୍ଶନ କରୁନାହାନ୍ତି? ଏ ନେଇ ରାହୁଲ କହିଛିନ୍ତି କେବଳ ବଡ଼ ଲୋକମାନଙ୍କ ଋଣ ଭାରକୁ ସରକାର କୋହଳ ଦୃଷ୍ଟିରେ ଦେଖିବେ, ଗରିବଙ୍କର ନୁହେଁ।

 

ସେ ଆହୁରି ବି କହିଛନ୍ତି ବିପୁଳ ଅର୍ଥ ବିନିମୟରେ ବିଜେପି ଗୁରୁରାଟକୁ କିଣିପାରିବ ନାହିଁ। ଏପରିକି କୋଟି କୋଟି ଟଙ୍କା ଦେବା ପରେ ବି କେହି ଗୁଜୁରାଟ ଲୋକଙ୍କ ଭୋଟ କିଣିପାରିବେ ନାହିଁ ବୋଲି ରାହୁଲ ନିଜ ବକ୍ତବ୍ୟରେ ସ୍ପଷ୍ଟ ଭାବେ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର