କୁଲଭୂଷଣର ମା’ ଓ ପତ୍ନୀଙ୍କ ସୁରକ୍ଷା ଓ ନିରାପତ୍ତାର ଗ୍ୟାରେଣ୍ଟି ମାଗିଲେ ଭାରତ ସରକାର

‘ଆମେ ପାକିସ୍ତାନ ସରକାରଙ୍କ ଠାରୁ ସାର୍ବଭୌମ ନିଶ୍ଚିତତା ଚାହୁଁଛୁ’

ନୂଆଦିଲ୍ଲୀ: ସଂପ୍ରତି ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କୁ ଭେଟିବା ପାଇଁ ତାଙ୍କର ମା’ ଓ ପତ୍ନୀ ଯଦି ପାକିସ୍ତାନ ଗସ୍ତ କରନ୍ତି, ତେବେ ସେଠାରେ ସେମାନଙ୍କର ସୁରକ୍ଷା ଓ ନିରାପତ୍ତାର ଗ୍ୟାରେଣ୍ଟି ଆଗ ଦେବାକୁ ଭାରତ ଆଜି ପାକିସ୍ତାନ ନିକଟରେ ଦାବି ଜଣାଇଛି। ଏଥିସହ ସେମାନଙ୍କୁ ଜଣେ ଭାରତୀୟ କୂଟନୀତିଜ୍ଞ ସହ ମଧ୍ୟ ପାକିସ୍ତାନ ଯିବା ପାଇଁ ଅନୁମତି ଦେବାକୁ ଭାରତ ଦାବି ରଖିଛି।

‘ଆମେ ପାକିସ୍ତାନ ସରକାରଙ୍କଠାରୁ ସାର୍ବଭୌମ ନିଶ୍ଚିତତା ଚାହୁଁଛୁ। କୁଳଭୂଷଣ ଯାଦବଙ୍କୁ ଭେଟିବା ପାଇଁ ପାକିସ୍ତାନ ଗସ୍ତକାଳରେ ସେଠାରେ କୁଲଭୂଷଣଙ୍କ ମା’ ଓ ପତ୍ନୀଙ୍କ ସୁରକ୍ଷା ଓ ନିରାପତ୍ତା ଯେପରି ଅକ୍ଷୁଣ୍ଣ ରହେ। ଏବଂ ସେଠାରେ ରହଣି କାଳରେ ସେମାନଙ୍କୁ କେହି ଯେପରି କୌଣସି ପ୍ରକାରର ପ୍ରଶ୍ନ ନପଚାରେ କିମ୍ବା ଅଯଥା ହଇରାଣ ହରକତ ନକରେ। ଏଥିସହ ଜଣେ ଜଣେ ଭାରତୀୟ କୂଟତୀତିଜ୍ଞଙ୍କ ସହ ସେମାନଙ୍କୁ ପାକିସ୍ତାନ ଯିବାକୁ ଏବଂ ପାକିସ୍ତାନରେ ସେମାନଙ୍କ ସଂପୂର୍ଣ୍ଣ ରହଣି କାଳରେ ସର୍ବଦା, ଏପରିକି କୁଲଭୂଷଣଙ୍କୁ ସାକ୍ଷାତ୍‌ କଲାବେଳେ ମଧ୍ୟ ସେମାନଙ୍କ ପାଖେପାଖେ ସଂପୃକ୍ତ କୂଟନୀଜ୍ଞଙ୍କୁ ରହିବା ପାଇଁ ମଧ୍ୟ ଅନୁମତି ଦେବାକୁ ଭାରତ ସରକାର ସର୍ତ୍ତ ରଖିଛନ୍ତି’ ବୋଲି କହିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଭିସ୍‌ କୁମାର।

The Hindu

ଏଥିସହ ସେ କହିଛନ୍ତି ଯେ ପାକିସ୍ତାନରେ ବନ୍ଦୀ ଥିବା କୁଲଭୂଷଣଙ୍କୁ ଭେଟିବା ପାଇଁ ଆଗ୍ରହ ପ୍ରକାଶ କରି ତାଙ୍କର ମା’ ତାଙ୍କୁ ଏକ ଭିସା ପ୍ରଦାନ କରିବାକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ। ଏହି ଅନୁରୋଧ ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନ ସରକାରଙ୍କୁ ଏସଂପର୍କରେ ଜଣାଇବା ସହ ଏଥିପାଇଁ ଅନୁମତି ଦେବାକୁ ପାକିସ୍ତାନ ସରକାରଙ୍କୁ ଏକ ପତ୍ର ଲେଖିଥିଲେ। ନିକଟରେ ପାକିସ୍ତାନ ସରକାର ‘ମାନବିକତା ଦୃଷ୍ଟକୋଣ’ରୁ କୁଲଭୂଷଣଙ୍କ ମା’ ଓ ପତ୍ନୀଙ୍କୁ ଅନୁମତି ଦେବୁ ବୋଲି ଭାରତ ବୈଦେଶିକ ମନ୍ତ୍ରାଳୟକୁ ଜଣାଇଛନ୍ତି। ତେବେ, ପାକିସ୍ତାନ ସରକାରଙ୍କ ପକ୍ଷରୁ ମିଳିଥିବା ଅନୁମତି ପରିପ୍ରେକ୍ଷୀରେ ଉପରୋକ୍ତ ସର୍ତ୍ତସବୁ ଆରୋପ କରାଯାଇ ପାକିସ୍ତାନ ସରକାରଙ୍କୁ ଆଉ ଏକ ପତ୍ର ଦିଆଯାଇ ଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, କୁଲଭୂଷଣଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ର ସଦସ୍ୟ ଥିବା ଦର୍ଶାଇ ମାର୍ଚ୍ଚ ୨୦୧୬ରେ ପାକିସ୍ତାନ ଗିରଫ କରିଥିଲା। ପରେ, ୨୦୧୭ରେ ପାକିସ୍ତାନର ଏକ ସାମରିକ କୋର୍ଟ କୁଲଭୂଷଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲା। ତେବେ, ଏହା ବିରୋଧରେ ଭାରତ ସରକାର ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ ଆବେଦନ କରିବା ପରେ କୋର୍ଟ ଏହି ମାମଲାର ଶୁଣାଣି କରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୁଲଭୂଷଣଙ୍କ ଫାଶୀ ଉପରେ ରୋକ୍‌ ଲଗାଇଛନ୍ତି।

ସମ୍ବନ୍ଧିତ ଖବର