ଫୁଏଗୋ ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁଁ ୨୫ ମୃତ, ୩୦୦ ଆହତ

ଗୁଏଟ୍‌ମାଲା: ରବିବାର ଦିନ ଗୁଏଟ୍‌ମାଲାର ଫୁଏଗୋ ଆଗ୍ନେୟଗିରେ ଉଦ୍‌ଗୀରଣ ହେବାରୁ ତିନି ଜଣ ପିଲାଙ୍କୁ ମିଶାଇ ୨୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ପାଖାପାଖି ୩୦୦ ଲୋକ ଆଘାତ ପାଇଛନ୍ତି। ୪୦ ବର୍ଷରୁ ଅଧିକ ହେଲାଣି ଏ ଭଳି ଉଦ୍‌ଗୀରଣ ସେଠାରେ ହୋଇ ନ ଥିଲା।

‘ଅଗ୍ନିର ଆଗ୍ନେୟଗିରି’ ବୋଲି ସୁପରିଚିତ ଏହି ଆଗ୍ନେୟଗିରି ନିର୍ଗତ ହୋଇଥିଲା ଆଠ କିଲୋମିଟର ବ୍ୟାପି ଉତପ୍ତ ଗଳିତ ଧାତୁ ବା ଲାଭା। ପୁଣି ସେଥିରୁ ବାହାରି ଥିବା ଧୂଅାଁ ଓ ପାଉଁଶ ଯାଇ ବୃଷ୍ଟି ହୋଇଥିଲା ରାଜଧାନୀ ଏବଂ ଅନ୍ୟାନ୍ୟ ଅଞ୍ଚଳରେ।

ଉଦ୍‌ଗୀରଣ ପରେ ପୀଡ଼ିତମାନଙ୍କର ଅଙ୍ଗାର ହୋଇ ଯାଇଥିବା ଶବ ସବୁ ଖର ଗଳିତ ଧାତୁ ସ୍ରୋତ ଉପରେ ପଡ଼ିଥିବା ବେଳେ ଉଦ୍ଧାରକାରୀମାନେ ଅତି କଦର୍ଯ୍ୟ ଭାବେ ଆହତ ହୋଇଥିବା ପୀଡ଼ିତମାନଙ୍କୁ ଉଦ୍ଧାର କରୁଥିଲେ।

୩, ୭୬୩ ମିଟର ଉଚ୍ଚ ଆଗ୍ନେୟଗିରିର ଏହା ହେଉଛି ଏ ବର୍ଷର ଦ୍ୱିତୀୟ ଉଦ୍‌ଗୀରଣ।

ଗୁଏଟ୍‌ମାଲାର ଜାତୀୟ ବିପର୍ଯ୍ୟୟ ପ୍ରଶମନର ସାଧାରଣ ସଚିବ ସର୍ଗିଓ କ୍ୟାବାନାସ୍‌ ବେତାରେ କହିଛନ୍ତି: ଗଳିତ ଧାତୁର ନଦୀ କୂଳଲଂଘି ଏଲ୍‌ ରୋଡିଓ ଗ୍ରାମକୁ ବୁଡ଼ାଇ ଦେଇଛି।

ସମ୍ବନ୍ଧିତ ଖବର